ବୌଦ୍ଧ: ବୌଦ୍ଧ ଟାଉନ ହଲଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସିଡିଏମଓ ଡା . ଜୟକୃଷ୍ଣ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଶାମାନଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଶ୍ରେଷ୍ଠ ଆଶା କର୍ମୀ ଭାବରେ ବୌଦ୍ଧ ବ୍ଲକର ସ୍ଵର୍ଣ୍ଣପ୍ରଭା ମିଶ୍ର , ହରଭଙ୍ଗା ବ୍ଳକର ଶକୁନ୍ତଳା ଭୁକ୍ତା , କଣ୍ଟାମାଳ ବ୍ଲକର କଳ୍ପନା ସେଠି ଓ ଏନଏସିର ରିତା ରାଜଙ୍କୁ ସମ୍ମାନିତ କରାଯାଇ ଥିଲା । ସେହିପରି ସୁସ୍ଥ ଗାଁ ଭାବରେ ବୌଦ୍ଧ ବ୍ଲକର ଗୌଡମପାଲି , ହରଭଙ୍ଗା ବ୍ଲକର ପିତାମ୍ବରପୁର ଓ କଣ୍ଟାମାଳ ବ୍ଳକର ନୂର୍ପା ଗାଁକୁ ଅର୍ଥ ରାଶି ସହ ସମ୍ମାନିତ କରାଯାଇଥିଲା । ରାଜ୍ୟରେ ବୌଦ୍ଧ ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ବହୁତ ପ୍ରଶଂସା କରିଥିଲେ । ସମ୍ମିଳନୀରେ ଜିଲ୍ଲାର ବହୁସଂଖ୍ୟାରେ ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ , ସ୍ବାସ୍ଥ୍ୟ କର୍ମୀ , ପଂଚାୟତି ପ୍ରତିନିଧି ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଡିପିଏମ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ସମେତ ଅନେକ ଡାକ୍ତାର ଯୋଗ ଦେଇଥିଲେ ।
Tags
Odisha Latest News