Ads

ନୂଆପଡ଼ା(ଜଗନ୍ନାଥ ସାଗର): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବଡମହେଶ୍ୱର ଗ୍ରାମ ଠାରେ ଖଡିଆଳ ବ୍ଲକ ଯାଦବ ସମାଜ ର ଏକ ମାସିକ ଭ୍ରାମ୍ୟମାଣ ବୈଠକ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଖଡିଆଳ ବ୍ଲକ ସଭାପତି  କିର୍ତନ ପୋଡ କଂ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ଉତ୍କଳ ଯାଦବ ମହାସଭା ର ମହାସଚିବ ଲମ୍ବୋଦର ନିଆଲ ।  ମୁଖ୍ଯ ବକ୍ତା ଭାବରେ ଜିଲ୍ଲା ସଂପାଦକ ତ୍ରିନାଥ ପୁଞ୍ଜି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ମମତା ମଞରୀ ଥପା,ଜିଲ୍ଲା କୋଷାଧ୍ୟକ୍ଷ ଯୁଧିଷ୍ଠିର ସଗରିଆ, ପୁର୍ବତନ ବ୍ଲକ ସଭାପତି ସନ୍ତୋଷ ନିଆଲ, ବ୍ଲକ କୋଷାଧ୍ୟକ୍ଷ ବ୍ରୁନ୍ଦାବନ ବାଗ, ସହ ସଂପାଦକ ଗଣ୍ଡା ରାମ ନିଆଲ ଚାରି ଗଡ କାର୍ଯ୍ୟକାରିଣୀ ସଦସ୍ଯ ଦୟା ଥପା, ଭୋଜପୁର କେନ୍ଦ୍ର ସଭାପତି ଗୋକୁଳ ଭୋଇ, ବରିଷ୍ଠ ସମାଜ ସେବି ରାତ୍ର ନନ୍ଦ ମନହିରା, ମକରଧ୍ୱଜ ଗଉଡ, ପ୍ରଭୁତି ମନ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବଡ ମହେଶ୍ୱର କେନ୍ଦ୍ର ସଭାପତି କର୍ଣ୍ଣ ପୁଞ୍ଜି , କାର୍ଯ୍ୟକ୍ରମ ରେ ଖଡିଆଳ ବ୍ଲକ ର ୨୬ ଗୋଟି କେନ୍ଦ୍ର ର ସଭାପତି ଓ ସମ୍ପାଦକ ତଥା ମାନ୍ଦି ସ୍ତରିୟ କାର୍ୟକର୍ତା ସହିତ ବହୁ ଯାଦବ ମହିଳା ଯୋଗଦାନ କରିଥିଲେ ଅତିଥି ମାନେ କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ସାମଜିକ କୁସଂସ୍କାର ଦୁରିକରଣ ଶିକ୍ଷା ଓ ସଂଗଠନର ଗୁରୁତ୍ବ ତଥା ସାମାଜିକ ନିତି ନିୟମ ବିଧିବଦ୍ଧ ପାଳନ ଉପରେ ସମସ୍ତ ଯାଦବ ବନ୍ଧୁ ମାନ କୁଂ ଦିଗଦର୍ଶନ ପ୍ରଦାନ କରିଥିଲେ ।
Previous Post Next Post

ADS