Ads

ଭୁବନେଶ୍ବର: ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବିଜେଡି ନେତା ଅରୁପ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ଦଳ କଣ ସମର୍ଥନ କରୁଛି କି । ଯଦି ବିଜେଡି ସମର୍ଥନ କରୁଛି ତାହେଲେ ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସର କାର୍ଯ୍ୟ ଠିକ୍ କରିଛି କି ବୋଲି ସାଧାରଣରେ ଏବେ ଆଲୋଚନା ହେଉଛି ? ପୋଲିସର ଏଭଳି କାର୍ଯ୍ୟ ରାଜ୍ୟ ପୋଲିସର ଭାବମୁର୍ତ୍ତି ବଢେଇଛି ନା କଳଙ୍କିତ କରିଛି ? କେବଳ ସେତିକି ନୁହଁ ଯଦି ଏସବୁ ଠିକ୍ ତାହେଲେ ନବ ଦାସଙ୍କୁ ରାସ୍ତାରୁ ହଟେଇବା ପାଇଁ ବଡ ଲେବୁଲ ରୁ ବଡ ଷଡୟନ୍ତ୍ର ହୋଇଥିବା କଥା ଠିକ୍ ବୋଲି କୁହାଯାଇ ପାରିବ କି ? କଣ କହିଥିଲେ ଅରୁପ ପଟ୍ଟନାୟକ ଟିକେ ଶୁଣନ୍ତୁ । ଅନ୍ୟପଟେ ନବ ଦାସ ହତ୍ୟା ଘଟଣାରେ ଜୟନାରାୟଣ ମିଶ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବାରୁ ଶାସକ ଦଳ ନିଜ ଦୁର୍ବଳତା ଲୁଚେଇବାକୁ ଯାଇ ଜୟନାରାୟଣ ମିଶ୍ରଙ୍କୁ ଏଭଳି ଟାର୍ଗେଟ କରୁଥିବା ବିଜେପି କହିଛି । ଏବଂ ରାଜ୍ୟରେ ବିଜେଡି ସଂଖ୍ୟା ଗରିଷ୍ଠତା ଥିବା କାରଣରୁ ସବୁ ଘଟଣାକୁ ଏଭଳି ଚପେଇ ଦେବାକୁ ଉଦ୍ୟମ କରୁଛି ଯାହା ନବ ଦାସ ଘଟଣା ମଧ୍ୟ ଚପେଇ ବାକୁ ଏଭଳି ହାଲ୍ଲାବୋଲ କରୁଥିବା ବିଜେପି କହିଛି ।
Previous Post Next Post

ADS