ବାଉଁଶୁଣୀ: ବାଉଁଶୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ଦାଶଙ୍କ ଅବସର ନେବା ଉପଲକ୍ଷେ ବିଦ୍ୟାଳୟରେ ବିଦାୟ କାଳୀନ ସମର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହୃଦାନନ୍ଦ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଘୁମୁଡୁ ଦନ୍ତା, ପୂର୍ବତନ ପ୍ରଧାନଶିକ୍ଷକ ଧନଞ୍ଜୟ ପାତ୍ର, ଏସଏମସି ସଭାପତି ପଙ୍କଜ ତନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶ୍ରୀ ଦାଶଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ବେସ ପ୍ରଶଂସା କରିଥିଲେ । ୨-୧-୧୯୮୪ରେ ଦହ୍ୟା ହାଇସ୍କୁଲରୁ ଚାକିରି ଜୀବନ ଆରମ୍ଭ କରି ୨୦୦୪-୫ ଘଣ୍ଟାପଡା ହାଇସ୍କୁଲ ଓ ୨୦୦୫- ୩୧-୦୩-୨୦୨୩ ମସିହା ପର୍ଯ୍ୟନ୍ତ ବାଉଁଶୁଣୀ ହାଇସ୍କୁଲରେ କାର୍ଯ୍ୟରତ ଥିବା ସମୟରେ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠି ବେସ ସଫଳତା ହାସଲ କରିଛନ୍ତି । ଏ ସଭାରେ ନିଜର ଅଭିଭାଷଣରେ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ପିଲାମାନଙ୍କ ଉର୍ଦ୍ଧେଶ୍ୟରେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ହେବା ସହ ବିଦ୍ୟାଳୟ ଶିକ୍ଷକ ଦେବାଶିସ ଦାଶ, ସନ୍ତୋଷ ଥନାପତି, ବିବେକାନନ୍ଦ ସ୍ବାଇଁ, ମନସ୍ବୀନି ମିଶ୍ର, ମଳୟ କୁମାର ବେହେରା, ଚନ୍ଦନ ମେହେର, ଲିଳାବତୀ ମେହେର, ଦଣ୍ଡଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।