Ads

ନୂଆପଡ଼ା(ଜଗନ୍ନାଥ ସାଗର):ଜିଲ୍ଲା ସିନାପାଲି ଠାରେ ଅନୁଷ୍ଠିତ ହେଉ ଥିବା ଉଦନ୍ତୀ ମହୋତ୍ସବର ଆଜି ଦ୍ୱିତୀୟ ଦିବସ ବୁଧବାର ପୂର୍ବାହ୍ନ ରେ ଏକ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଗଙ୍ଗାଧର ସାରସ୍ଵତ ସମିତି ର ସହଯୋଗରେ ଅନୁଷ୍ଠିତ ଏହି ଆସରରେ ରବୀନ୍ଦ୍ର ନାଥ ଯୋଷୀ ସଭାପତିତ୍ବ କରିଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ଯା ମନ୍ଦାକିନୀ ବଘେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ  ଗଙ୍ଗାଧର ସାରସ୍ଵତ ସମିତିର ସଭାପତି ତଥା ଯୁବ ଲେଖକ ବୈଷ୍ଣବ ମେହେର, ମହୋତ୍ସବ ପାଳନ କମିଟିର ସମ୍ପାଦକ ପ୍ରିୟ ରଞ୍ଜନ ମେହେର, କୋଷାଧ୍ୟକ୍ଷ ଦିବ୍ୟ ରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଆସର ପ୍ରାରମ୍ଭରେ ଶିବ ପ୍ରସାଦ ମେହେର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । କବି ପ୍ରଦ୍ୟୁମ୍ନ କୁମାର ସିଂହ ଚିନ୍ଦାଙ୍କ ସଂଯୋଜନାରେ  ଚିନ୍ତାମଣି ସାହୁ, ପରେଶ୍ ନାଥ ପାଣିଗ୍ରାହୀ, ମୋହନ୍ ଚରଣ ଦାସ, ମୁରଲୀଧର ସା, ଧବଳେଶ୍ଵର ମେହେର, ବିଜୟ କୁମାର ଯୋଷୀ, ସତ୍ଯବ୍ରତ ଗହୀର, ବୈଷ୍ଣବ ମେହେର, ଚିନ୍ତାମଣି ହଂସ, କୁମୁଦ ବଂଧୁ ଯୋଷୀ, ତରୁଣକୁମାର ମେହେର, ଆକାଂକ୍ଷା ତାଣ୍ତି, ଶିବପ୍ରସାଦ ମେହେର, ଡିସମ୍ବର ମେହେର, ଧୃବଚରଣ ପଧାନ, ପ୍ରଦ୍ଯୁମ୍ନ କୁମାର ଚିନ୍ଦା, ଚୁଡାମଣି ମେହେର, ଭ୍ରମର ବାଗ, ରଶ୍ମିରଂଜନ ସl, ନିଲାଞ୍ଚଳ ମେହେର, ଯଶୋବନ୍ତ ସl,  ହରେ କୃଷ୍ଣ ମେହେର, ଲୋଚନ ମେହେର, ମଳୟ କୁମାର ମେହେର , ନରସିଂହ ମେହେର ପ୍ରମୁଖ ପଚାଶ ଜଣ କବିକବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ଯକ୍ରମ ଆୟୋଜନରେ ପ୍ରବୀଣ କୁମାର ମେହେର,  ଲୋକନାଥ ଜଗତ, ମନୋଜ ମହାନନ୍ଦ, ସନ୍ତୋଷ ବାଗ, ଅପତାବ  ଖାଁ ପ୍ରମୁଖ ସହଯୋଗ କରି ଥିଲେ। ଶେଷରେ ବଂଶୀଧର ଜଗତ ଧନ୍ଯବାଦ ଦେଇଥିଲେ ।
Previous Post Next Post

ADS