ଗଞ୍ଜାମ: ଜିଲ୍ଲା କୋଦଳା ଆମ ପୋଲିସ ତରଫରୁ ଆଜି କୋଦଳା ବସଷ୍ଟାଣ୍ଡ ନିକଟରେ ଥିବା ପୋଲିସ ସହାୟତା କେନ୍ଦ୍ର ଠାରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ବବଧାନ ରେ ଆଜି ଖୋଲାଯାଇଛି ଜଳଛତ୍ର । ଦିନକୁ ଦିନ ଗ୍ରୀଷ୍ମ ପ୍ରଭାବ ବଢ଼ିବାରେ ଲାଗିଥିବା ବେଳେ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ । ଯାହାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ବସଷ୍ଟାଣ୍ଟ ନିକଟରେ ଥିବା ପୋଲିସ ସହାୟତା କେନ୍ଦ୍ରଠାରେ ଜଳଛତ୍ର ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଥାନାର ଆଇ ଆଇ ସି ଙ୍କ ସମେତ ସମସ୍ତ କର୍ମଚାରି ଯୋଗ ଦେଇ କୋଦଳା ପୋଲିସ ତରଫରୁ ଛେନାପଣା ଓ ଚଲା ଦିଆଯାଇଥିଲା । ଗ୍ରୀଷ୍ମ ପ୍ରଭାବ କମିବା ଯାଏଁ ଏହି ଜଳଛତ୍ର ଚାଲୁ ରହିବ ବୋଲି କହିଛନ୍ତି ଥାନାଅଧିକାରୀ । ପୋଲିସର ଏଭଳି ଜନହିତକର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।
Tags
Odisha Latest News