ନୂଆପଡ଼ା (ଜଗନ୍ନାଥ ସାଗର) ଜିଲ୍ଲା ଲଗାଣ ବର୍ଷାରେ ନୂଆପଡ଼ା ଜିଲ୍ଲା ସିନାପାଲି ସହର ବେହାଲ ହୋଇପଡ଼ିଛି । ସହରର ଅନେକ ରାସ୍ତାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମିରହିଛି। ସେହିପରି ସିନାପାଲି ଶ୍ରୀରାମ ଛକ ଓ ତହସିଲ ଅଫିସ କାର୍ଯ୍ୟାଳୟ ସାମ୍ନା ରାସ୍ତା ଉପରେ ପାଣି ଜମାହୋଇ ରହିଥିବାରୁ ଯାତାୟାତ ଗୁରୁତର ପ୍ରଭାବିତ ହୋଇଛି। ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି। ହେଲେ ପାଣି ଜମି ଥିବାରୁ ନାହିଁ ନ ଥିବା ଛାତ୍ରଛାତ୍ରୀ ତଥା ସହରର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାଣିରେ ପଶି ଲୋକେ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
ବର୍ଷାରେ ସିନାପାଲି ଶ୍ରୀରାମ ଛକ ଓ ତହସିଲ ଅଫିସ କାର୍ଯ୍ୟାଳୟ ସାମ୍ନା ରାସ୍ତା ଅବସ୍ଥା ବେହାଲ
newodishatv.co.in
Tags
Odisha Latest News