Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମିଶନ୍ ଶକ୍ତିଭବନ ଠାରେ ଆଜି ମହା ଆଡମ୍ବରରେ ଆନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ 2023 ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବରେ  ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋସ୍ନାରାଣୀ ପାଢୀ ଯୋଗଦେଇଥିଲେ। ମିଶନ ଶକ୍ତି ବିଭାଗର  ବିପିସି ବିଶ୍ବଭୁଷଣ  କଅଁର, ସୁମନ୍ତ ପଧାନ, ICDSସୁପରଭାଇଜର ରଶ୍ମିନ୍ ଦିଗାଲ, ମେଘ ମାଳା ମିଶ୍ର ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସ୍ବୟଂସହାୟକ ଗୋଷ୍ଠୀ ଏମ୍ବିକେ, ସିଆର୍ପିମାନେ ଯୋଗ ଦେଇଥିଲେ। ମାଣ୍ଡିଆରେ ତିଆରି ବିଭିନ୍ନ  ଖାଦ୍ଯ ପଦାର୍ଥକୁ ପ୍ରଦର୍ଶନ କରାଯିବା ସହିତ ଖାଦ୍ଯର ମୂଲ୍ଯାୟନ କରିଥିଲେ । ୬ଗୋଟି ସ୍ବୟଂସହାୟକ ଗୋଷ୍ଠୀକୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ସବାଶେଷରେ BPCବିଶ୍ବଭୁଷଣ କହଁର ଧନ୍ୟବାଦ ଦେଇଥିଲେ । 
Previous Post Next Post

ADS