ସମ୍ବଲପୁର: ହନୁମାନ ଜୟନ୍ତୀରେ ପଥରମାଡ଼ ହିଂସାପରେ ସହରରେ କେତେକ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଟାଉନ୍ଥାନା , ଧନୁପାଲି ଥାନା , ଅଇଁଠାପାଲି ଥାନା ଅଞ୍ଚଳରେ କମ୍ପ୍ୟୁ ଜାରି କରାଯାଛି । ମିଳିଥିବା ସୂଚନା ଅନୁସାରେ , ହନୁମାନ ଜୟନ୍ତୀ ରାଲିରେ ପଥର ମାଡ ପରେ ପୋଲିସର ଲାଠିଚାର୍ଜ।ସହ ବାଇକ ରାଲିରେ ଯାଉଥିବା କିଛି ବାଇକ ଭଙ୍ଗାରୁଜା ହୋଇଛି । ନିର୍ଦ୍ଦିଷ୍ଟ ସମ୍ପଦ୍ରାୟ ପକ୍ଷରୁ ମୋତିଝରଣ ଅଞ୍ଚଳରେ ମଥର ମାଡ଼ ହୋଇଥିବା କୁହାଯାଉଛି । ଏଥିରେ ଧନୁପାଲି ଥାନା ଅଧିକାରୀ ଓ କିଛି ବାଇକ ଆରୋହୀ । ପଥର ମାଡରେରେ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ , ଅତିରିକ୍ତ ଏସପି ତପନ ମହାନ୍ତି ସହ ୧୦ଜଣ ପୋଲିସ କର୍ମୀ ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଘଟଣାସ୍ଥଳରେ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଉପହାର ପ୍ୟାଲେସ ରାସ୍ତା ଠାରୁ ଧନୁପାଲି ରାସ୍ତା , ଧନୁପାଲି ଥାନାରୁ ମୋତିଝରଣ ପର୍ଯ୍ୟନ୍ତ ପୋଲିସ ମୁତୟନ ହୋଇଥିବା ଜଣାପଡ଼ିଛି ।