ନୂଆପଡ଼ା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକରେ ଅପ୍ରେଲ ପ୍ରଥମ ଦିନରୁ ସିନାପାଲି ପୋଲିସ ଏ ଏସ୍ ଆଇ ପ୍ରଭାକର ନାଏକ, ଏ ଏସ ଆଇ ହରେକୃଷ୍ଣ ଜାନି ,ଆଇ ଆର୍ ବି କର୍ମଚାରୀ ଙ୍କ ଦ୍ବାରା ଯାନବାହାନ ଉପରେ କଡା କଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଆଜି ଯୁଗେନପଦର ଚାରିଛକ ଠାରେ ଯାଞ୍ଚ କରୁଥିବାବେଳେ ପାଖାପାଖି ୭୦୦୦ (ସାତ ହଜାର) ଟଙ୍କା ଫାଇନ୍ ଆଦାୟ ହୋଇଥିବା ସୂଚନା। ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ଦେଖି ଓଡିଶା ସରକାରଙ୍କ ପରିବହନ ବିଭାଗ ଗାଡି ଚାଳକଙ୍କ ପ୍ରତି ନୂଆ ନିୟମ ଲାଗୁ କରାଯାଇଛି । ଗାଡି ହେଲମେଟ ନ ଥିଲେ ଆଦାୟ ହେଉଛି ଜୋରିମାନ ସାଧାରଣତଃ ହେଲମେଟ, ଡି ଏଲ୍ ଚେକିଙ୍କ୍ ସହ ୧୮ ବର୍ଷରୁ କମ ବୟସ୍କ ଙ୍କ ବିରୁଦ୍ଧରେ କଡ଼ା କଡ଼ି ନିୟମ ଲାଗୁ କରିଥିବାବେଳେ ମଦ ପିଇ ଗାଡି ଚଳାଇବା ଉପରେ ମଧ୍ୟ ଗୁରୁତର ଦିଆଯାଇଛି । ମଦ୍ୟପାନ କରି ଯାନବାହାନ ଚଲାଇବା ଦଣ୍ଡନୀୟ ଅପରାଧ। ଏ ନେଇ ସିନାପାଲି ପୋଲିସ କଢ଼ା କଢି ଚେକିଙ୍ଗ କରିଛି । ସମସ୍ତ କାଗଜପତ୍ର ନ ଥିଲେ ମୋଟା ଅଙ୍କର ଫାଇନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏକ ବିଶେଷ ସୂଚନା ଏହି ମାସର କିଛି ଦିନ ପର୍ଯ୍ୟନ୍ତ RTO, OMVD ଏବଂ POLICE ମିଳିତ ଭାବରେ ଓଡ଼ିଶାର ସବୁ ଜିଲ୍ଲାରେ ଗାଡ଼ି ଯାଞ୍ଚ କରାଯାଉଛି ଆପଣମାନଙ୍କୁ ଅନୁରୋଧ ଗାଡ଼ିର ଉପଯୁକ୍ତ ପ୍ରମାଣ ପତ୍ର ଏବଂ ହେଲମେଟ ସଦା ସର୍ବଦା ବ୍ୟବହାର କରନ୍ତୁ ଏବଂ 18 ବର୍ଷରୁ କମ୍ ପିଲାଙ୍କୁ ଗାଡି ଦିଅନ୍ତୁ ନାହିଁ ଧରା ପଡିଲେ 25000 ଫାଇନ ଏବଂ ଗାଡ଼ି ଯାହା ନାମରେ ଅଛି ଲାଇସେନ୍ସ ରଦ୍ଧ କରିଦିଆ ଯାଉଛି ହେଲମେଟ ସଦା ସର୍ବଦା ବ୍ୟବହାର କରନ୍ତୁ ସୁରକ୍ଷିତ ଭାବେ ଗାଡିଚଲାନ୍ତୁ ।
Tags
Odisha Latest News