Ads

ବଲାଙ୍ଗୀର(ଦୁର୍ଯ୍ୟଧନ ବର୍ଗେ): ପାଟଣାଗଡ ଉପଖଣ୍ଡ ଲାଠୋର ଜୟ ହିନ୍ଦ ପବ୍ଲିକସ୍କୁଳର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବରେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଳକିଆ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ।ପାଟଣାଗଡ ବିଧାୟକ ତଥା ସରକାରୀ ମୁଖ୍ୟ ଉପସଚେତକ ସରୋଜ ମେହେର, ଟିଟିଲାଗଡ ଡିଏଭି କଲେଜ ର ଅଧ୍ୟକ୍ଷ ଡକ୍ଟର ମଧୁସୂଦନ ମିଶ୍ର,ସ୍କୁଳ ଚ୍ୟାରମେନ୍ ଶଙ୍କର ଲାଲ ଅଗ୍ରଓ୍ବାଲ, ସଭାପତି ପଙ୍କଜ ଅଗ୍ରଓ୍ବାଳ,ସମ୍ପାଦକ ଦିନେଶ ଅଗ୍ରଓ୍ବାଳ, ଜୟ ହିନ୍ଦ ପବ୍ଲିକ ସ୍କୁଳ ଅଧ୍ୟକ୍ଷ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ପ୍ରଥମେ ମୁଖ୍ୟଅତିଥି ଙ୍କ ଦ୍ବାରା ଜୟ ହିନ୍ଦ ପବ୍ଲିକ ସ୍କୁଳର ନୂତନ ଭାବେ ନିର୍ମାଣ ହୋଇଥିବା ଗୃହ କୁ ଉଦଘାଟନ କରିଥିଲେ।ପରେ ମଞ୍ଚରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Previous Post Next Post

ADS