କଣ୍ଟାମାଳ: ବ୍ଲକ ଘଣ୍ଟାପଡା ଅଞ୍ଚଳରେ ଶନିବାର ଅପରାହ୍ନରେ ପବନ ସହ ପ୍ରବଳ ଝଡବର୍ଷା ହୋଇଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ସୃଷ୍ଟି ହୋଇଛି l ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସ୍କୁଲ ଆଜବେଷ୍ଟ ନଷ୍ଟ ହୋଇଯାଇଛି l ୧୯୭୪ ମସିହାରେ ନିର୍ମିତ ଏହି ବିଦ୍ୟାଳୟର ବାରଣ୍ଡା ସମେତ ଚାରି ବଖରା କୋଠରୀର ଗୋଟିଏ ପାର୍ଶ୍ୱର ସମସ୍ତ ଆଜବେଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି l ସମସ୍ତ ଆଜବେଷ୍ଟ ପବନରେ ପ୍ରାୟ ଏକଶହ ମିଟର ପର୍ଯ୍ୟନ୍ତ ଉଡାଇ ନେଇ ଚୁରମାର କରିଦେଇଛି l ବିଦ୍ୟାଳୟର ପାଠ୍ୟ ଉପକରଣ ଏବଂ କାଗଜପତ୍ର ମଧ୍ୟ ପାଣିରେ ନଷ୍ଟ ହୋଇଥିବା ଜଣାପଡିଛି l ବର୍ଷା ପରେ ରାତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜାନି ସ୍କୁଲକୁ ଆସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି l ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରୀଷ୍ମ ଅବକାଶ ପୂର୍ବରୁ ବିଦ୍ୟାଳୟର ମରାମତି କରାଯିବାକୁ ଦାବି ହେଉଛି l
Tags
Odisha Latest News