Ads

ଭୁବନେଶ୍ବର: ବିଧାୟିକା ଭାବେ ଶପଥ ନେଇଛନ୍ତି ଦୀପାଳି ଦାସ । ତାଙ୍କୁ ଉପବାଚସ୍ପତି ଶପଥ ପାଠ କରାଇଛନ୍ତି। ଝାରସୁଗୁଡା ଉପନିର୍ବାଚନରେ ବିଜୟ ପରେ ଶପଥ ନେଇଛନ୍ତି। ନିଜ ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ଗ୍ରହଣ କରିଛନ୍ତି ଦିପାଲି ଦାସ। ବିଧାୟିକା ଭାବେ ଶପଥ ଗ୍ରହଣ ପରେ ଦୀପାଳି ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ଝାରସୁଗୁଡାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ପାଇଁ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ସୂଚନାଥାଉ କି, ମେ ୧୩ରେ ଝାରସୁଗୁଡା ଉପନିର୍ବାଚନରେ ୪୮,୬୧୯ ଭୋଟରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଜିତିଛନ୍ତି ।
Previous Post Next Post

ADS