ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ପଣ୍ଡାସାହି ମିଶନଶକ୍ତି ଗୃହ ନିକଟରେ ଗତକାଲି ରାତିରେ ଏକ ଟ୍ରାକ୍ଟର ଯାହାର ନମ୍ବର OD07AE2216 ଗାଡିଟି ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଉଥିବା ସମୟରେ ବାଉରୀ ସାହି ଛକ ନିକଟରେ ସ୍ଥାନୀୟ ଲୋକମାନେ ଗାଡିଟିକୁ କାବୁକରି ଗାଡି ସହ ଡ୍ରାଇଭର କୁ ପୋଲିସ ହିଫାଜତରେ ଦେଇଥିଲେ । ବର୍ତ୍ତମାନ କୋଦଳା ପୋଲିସ ଗାଡିଟିକୁ ଯବତ କରିବା ସହ ଡ୍ରାଇଭରକୁ ଅଟକ ମଧ୍ୟ ରଖିଛି । ଟ୍ରାକ୍ଟରଟିର ଇଁନସୁରାନ୍ସ ଓ ଫିଟନେସ ନଥିବା ବେଳେ ଡାଲାର ମଧ୍ୟ ନମ୍ବର ନାହିଁ ବର୍ତ୍ତମାନ ଭାଙ୍ଗିଯାଇଥିବା ବାଇକର ମାଲିକ କୁ କିପରି କ୍ଷ୍ୟତିପୂରଣ ମିଳିବ ତାହା ଦେଖିବାକୁ ବାକି ରହିଲା । ଏହି ଅଞ୍ଚଳରେ ଡ୍ରାଇଭର ମାନେ ବେପରୁଆ ଭାବରେ ଗାଡି ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।