ଭୁବନେଶ୍ବର: ଝାରସୁଗୁଡାରେ ନିର୍ବାଚନ ହାରିବା ଭୟରେ ହିଂସା ଭିଆଉଛି ବିଜେପି ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଗୁରୁବାର କୋଲାବିରା ବ୍ଲକରେ ବିଜେଡି କର୍ମୀ ଗୋବିନ୍ଦ ଝରାଙ୍କୁ ବିଜେପି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ଝାରସୁଗୁଡା ଲଇକେରା ଅଞ୍ଚଳରେ ବିଧାୟିକା କୁସୁମ ଟେଟେ ଓ ଟଙ୍କଧର ତ୍ରିପାଠୀ ପ୍ରଚାର କରୁଥିଲେ । ସେଠାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିଲେ । ବିଜେପି କର୍ମୀ ସେଠାରେ ବିଜେଡି କର୍ମୀଙ୍କୁ ଗାଳି ଗୁଲଜ ସହ ଜାତିଆଣ ଆକ୍ଷେପ କରି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି ।