ବଉଦ: କରିଥିବା କାମଯୋଗୁଁ ନିଜର ଟେନସନ୍ ବଢୁଥିବା ଜାଣି ଜିଲ୍ଲାର ଜୈନିକ ପଦସ୍ଥ ଅଫିସର୍ ଜଗନ୍ନାଥଙ୍କ ଭୋଗ ନାରେ ହାଣ୍ଡିହାଣ୍ଡି ରସଗୋଲା ଓ ବିରିଆନି ସବୁକୁ କେତେକ ପ୍ରଭାବଶାଳୀ ନେତା ମନ୍ତ୍ରୀ, ବିଧାୟକ ସଚିବ ପାହ୍ୟାର ଅଫିସରମାନଙ୍କ ଘରକୁ ପଠାଇବା ଘଟଣା ଏବେ ଜଙ୍ଗଲ ଠୁ ସହର ସବୁଠି ଆଲୋଚନା ହେବାରେ ଲାଗିଛି । ଅଫିସରଙ୍କ ଗୁମାସ୍ତା ଚଙ୍ଗୁମଙ୍ଗୁଙ୍କ ସହାୟତାରେ ଦୁର୍ନୀତିଖୋର ଅଫିସର ଜଣକ ଗାନ୍ଧୀଛକ ନେତାଙ୍କ ଶରଣାପନ୍ନ ହୋଇ ନିକଟରେ ହୋଇଥିବା ସଭା ପାଇଁ ବିରିଆନି ଖୁଆଇ ନେତାଙ୍କ ମୁହଁ ବନ୍ଦ କରିବାରେ ଆଂଶିକ ସଫଳ ହୋଇଥିବା କଥା କୁହାଯାଉଛି । କୁଆଡେ ନେତାଙ୍କ କର୍ମୀମାନଙ୍କ ଠାରୁ ଅଫିସର ଜଣଙ୍କ ଅଭୟ ବର ପାଇଛନ୍ତି । ଯେଉଥି ପାଇଁ ସୁରକ୍ଷିତ ବିଚରଣ କରୁଥିବା କୁହାଯାଉଛି । ଏହାର ତାଜା ଉଦାହରଣ ହେଉଛି କି ସଂଘର ନିଷ୍ପତ୍ତି କ୍ରମେ ଗତ ମାର୍ଚ୍ଚ ୨୮ତାରିଖ ରାତିରେ ହୋଇ ଘଟଣାକୁ କେନ୍ଦ୍ରକରି ଆଜି ପର୍ଯ୍ୟନ୍ତ ପେଟ୍ରୋଲିଂ ବନ୍ଦ୍, କେସ ବନ୍ଦ କରି ପ୍ରତିବାଦ ଚାଲିଥିଲେ ବି ଅଫିସରଙ୍କ ଠାରୁ ନେତା ଖାଇଥିବା ହାଣ୍ଡିହାଣ୍ଡି ରସଗୋଲା,ଛେନା ତାଟିଆ, ବିରିଆନି କାରଣ ରୁ ନେତାଙ୍କ ମୁହଁ ବନ୍ଦ ହୋଇଯାଇଛି । ଅଣନିଶ୍ବାସୀ ଗାନ୍ଧୀଛକ ନେତା ଏବେ ଦୋଛକିରେ ରହିଥିବା କଥା କୁହାଯାଉଛି । ଆଗକୁ ନିର୍ବାଚନ ଆସୁଥିବାରୁ ଆସନ୍ନ ବିପଦଥିବା ଜାଣି ଘଟଣାକୁ କେମିତି ମ୍ୟାନେଜ୍ କରି ସମସ୍ତଙ୍କୁ ସନ୍ତୁଷ୍ଟ କରିବେ ସେହି ଚିନ୍ତା ଘାରିଥିବା କଥା ଚାଖଟି ମାନଙ୍କରେ ଚର୍ଚ୍ଚା ହେଉଛି ।