ଭୁବନେଶ୍ବର: ଆଜି ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ଓଡିଶାର ବିଶିଷ୍ଟ ଖ୍ୟାତି ସମ୍ପନ୍ନ ଡାକ୍ତର କାଶୀନାଥ ନାୟକ ତାଙ୍କ ଆତ୍ମ ଜୀବନୀ 'My Self and The World' ଏବଂ ଗ୍ରାମ୍ୟ ଜୀବନ ଉପରେ ଆଧାରିତ My Village Life and Beyond ପୁସ୍ତକ ଦ୍ବୟକୁ ଅର୍ପଣ କରିଛନ୍ତି l ଡାକ୍ତର ନାୟକଙ୍କ ଧର୍ମ ପତ୍ନୀ ଡାକ୍ତର କବିତା ନାୟକ ମହାମହିମ ରାଜ୍ୟପାଳଙ୍କୁ ସର୍ବପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଲେଖକ ଡାକ୍ତର ନାୟକ ଉତ୍ତରୀୟ ଦେଇ ସମ୍ମାନ ଜଣାଇ ଥିଲେ l ଏହି ଅବସରରେ ପୁସ୍ତକର ପ୍ରକାଶକ ତଥା ସମୀକ୍ଷାର ସମ୍ପାଦକ ଡ଼ଃ ମହେଶ୍ୱର ଉପସ୍ଥିତ ରହି ପୁସ୍ତକ ଦ୍ୱୟ ଅର୍ପଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l