ନୂଆପଡା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ନିଵାସୀ ହରେକୃଷ୍ଣ ମେହେରଙ୍କ ଭାରତୀୟ ପ୍ରଶାସନିକ ସେବା ରେ ସଫଳତାକୁ ନେଇ ଜନ୍ମମାଟି ହାତିବନ୍ଧା ରେ ସ୍ଥାନୀୟ ସମଲେଶ୍ବରୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀମେହେର ଗାଁକୁ ପହଞ୍ଚିବା ପୂର୍ବରୁ ଗଣ୍ଡାବାହାଳି,ସିନାପାଲି ଠାରେ ମଧ୍ୟ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଚଳନା ବରଦେଶ୍ୱର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପୈତୃକ ଗ୍ରାମ ଚଳନାର ସମସ୍ତ ପୁରୁଷ ମହିଳା ଗାଁ ମୁଣ୍ଡରେ ତାଙ୍କୁ ଫୁଲ, ଚନ୍ଦନ ସହ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ। ପରେ ହାତିବନ୍ଧା ବସଷ୍ଟାଣ୍ଡ ରେ ଶ୍ରୀ ମେହେରଙ୍କୁ ଭବ୍ୟସ୍ୱାଗତ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ହାତିବନ୍ଧା ନଗର ପରିକ୍ରମା କରାଯାଇଥିଲା। ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀମେହେରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ସଭାରେ ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଷମ୍ପାୟନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ମେହେର ସମାଜ ସଭାପତି ସୁରେଶ୍ୱର ମେହେର, ଗୌନ୍ତିଆ ଚିତ୍ରଭାନୁ ସିଂ ମାଝୀ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପର୍ଶୁରାମ ମେହେର, ସମାଜସେବୀ ଗରୁଦଧ୍ଵଜ ବେହେରା , ମାତା ଯୁକ୍ତି ମେହେର ଓ ପିତା ସଦାଶିବ ମେହେର ମଞ୍ଚଆସିନ ଥିଲେ। ସଭା ପ୍ରାରମ୍ଭରେ ଦେବପୂଜନ କରି ସ୍ୱର୍ଗତା ବୀଣାପାଣି ମେହେର ଓ ବାହାନାଗା ରେଳ ଦୁର୍ଘଟଣାରେ ମୃତକଙ୍କ ଅମର ଆତ୍ମାର ସଦଗତି କମନାର୍ଥେ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ପଦ୍ମଲୋଚନ ମେହେର ମଞ୍ଚ ପରିଚାଳନା କରିଥିଲେ। କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି ବୋଲି ମଞ୍ଚଆସିନ ଅତିଥି ମତ ପ୍ରକାଶ କରିବା ସହ ଶ୍ରୀମେହେରଙ୍କ ନିଷ୍ଠା ଓ ପରିଶ୍ରମକୁ ପ୍ରସଂଶା କରିଥିଲେ। ଶ୍ରୀମେହେରଙ୍କ ସଫଳତା ନୂଆପଡା ଜିଲ୍ଲା ତଥା ନିଖିଳ ଓଡିଶା ମେହେର ସମାଜର ଗର୍ବ ଓ ଗୌରବର ବିଷୟ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସମଲେଶ୍ବରୀ ଯୁବକ ସଂଘର ସଭାପତି ଚନ୍ଦ୍ରକୁମାର ଧୀବର,ସମ୍ପାଦକ ମୃତ୍ୟୁଞ୍ଜୟ ମେହେର ଙ୍କ ସମେତ ମନୋଜ ମେହେର,ଈଶ୍ୱର ମେହେର, ଜନ୍ମେଜୟ ମେହେର,ଯୁଧିଷ୍ଠିର ମେହେର,ମୀନକେତନ ଧୀବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ଭାରତୀୟ ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହରେକୃଷ୍ଣ ମେହେରଙ୍କୁ ହାତିବନ୍ଧା ରେ ଭବ୍ୟ ସ୍ୱାଗତ
newodishatv.co.in
Tags
Odisha Latest News