ଫୁଲବାଣୀ(ବୈଦ୍ୟନାଥ ନାଏକ): ରାଜ୍ୟ ଆଉଟସର୍ସିଙ୍ଗ କର୍ମଚାରୀ ମାନଙ୍କ ଦାବୀ କୁ ଆଲୋଚନା କରିବା ପାଇଁ ରାଜ୍ୟ ମହାସଙ୍ଘ ନେତୃତ୍ୱ ଙ୍କୁ ସରକାର ଡାକି ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିନ ପାରି ପ୍ରତାରଣା କରିଥିବାରୁ ଆଜି ଠାରୁ ଆଉଟସର୍ସିଙ୍ଗ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ସଙ୍ଘ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ସରକାରୀ ଆଉଟସର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖା ର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଦପ୍ତରର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସବୁ ବର୍ଗ ର ଆଉଟସର୍ସିଙ୍ଗ କର୍ମଚାରୀ ଆଜି ତା ୧୦/ ୭ /୨୦୨୩ ରିଖ ଠାରୁ ୧୫/୭/୨୦୨୩ ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ କାର୍ଯ୍ୟ ବିଭାଗ ଗୁଡିକ କରେ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ସ୍ଥିର କରିଛନ୍ତି। ତତ ସହ ୧୭/୭/୨୦୨୩ ରିଖ ଦିନ ସୁଦୂର କନ୍ଧମାଳ ଜିଲ୍ଲାର ଜିଲ୍ଲା ଅଧୀନରେ ଥିବା ଗୋଟିଏ ମୁନିସିପାଲିଟି ଗୋଟିଏ ଉପଖଣ୍ଡ ଏବଂ ସମସ୍ତ ବ୍ଲକ ର ଆଉଟସର୍ସିଙ୍ଗ କର୍ମଚାରୀ ମାନେ ଏକତ୍ରିତ ହୋଇ ଭୁବନେଶ୍ୱର ଯାଇ ଓଡ଼ିଶା ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଦିନିଆ ଶାନ୍ତିପୂର୍ଣ୍ଣ ଧାରଣା ଦେବାସହ ରାଜସ୍ୱ ସଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିବା ନିମନ୍ତେ ସଙ୍ଘ ପକ୍ଷରୁ ସ୍ଥିର କରାଯାଇଥିବା ଜଣାପଡିଛି। ପୁନଃର୍ବାର ସରକାର ଙ୍କୁ ଏକ ସପ୍ତାହ ସମୟ ଦେଇ ଦାବୀ ପୂରଣ ନିମନ୍ତେ ଆଉଟସର୍ସିଙ୍ଗ କର୍ମଚାରୀ ମାନେ ଅପେକ୍ଷା କରିବେ ସେହି ସମୟ ସୁଧା ସରକାର କର୍ମଚାରୀ ମାନଙ୍କ ପାଇଁ ଯୁକ୍ତାତ୍ମକ ନିଷ୍ପତ୍ତି ନେବା ସହ ଆଉଟସର୍ସିଙ୍ଗ ଭଳି କୁଶ୍ଚିତ ପ୍ରଥା କୁ ସାରା ଓଡ଼ିଶା ରୁ ବିଲୋପ କରି ଆଉଟସର୍ସିଙ୍ଗ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ପରି କିଛି ରାଜ୍ୟସଙ୍ଘ ର ନେତୃବୃନ୍ଦ ଙ୍କୁ ଡାକି ଆପୋଷ ଆଲୋଚନା କରନ୍ତି ତେବେ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ଙ୍କର ଦରଦୀ ବନ୍ଧୁ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏବଂ ୫ଟି ସଚିବ ଙ୍କୁ ରାଜ୍ୟର ସମୂହ ଆଉଟସର୍ସିଙ୍ଗ କର୍ମଚାରୀ ଭେଟି ସୁସ୍ୱାଗତ ଜଣାଇ ପୁଷ୍ପଗୁଚ୍ଛ ଅର୍ପଣ କରିବେ ନିଷ୍ପତ୍ତି ନେଇଛନ୍ତି ।ଏହାପରେ ଯଦି ରାଜ୍ୟ ସରକାର ସେପରି ଯୁକ୍ତାତ୍ମକ ନିଷ୍ପତ୍ତି ନ ନିଅନ୍ତି ତାହାହେଲେ ତା ୩୧/୭/୨୦୨୩ ରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ଚାଲ କାର୍ଯ୍ୟକ୍ରମ ରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଗଣମାଧ୍ୟମ ସମ୍ମୁଖକୁ ଆସି ଆଉଟସର୍ସିଙ୍ଗ କର୍ମଚାରୀ ଙ୍କର ଦାବୀ କୁ ନେଇ କିଛି ଯୁକ୍ତାତ୍ମକ ନିଷ୍ପତ୍ତି ଆଲୋକପାତ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆଉଟସର୍ସିଙ୍ଗ କର୍ମଚାରୀ ମୁଖ୍ୟମନ୍ତ୍ରୀ ଭେଟିବା ଚାଲ କାର୍ଯ୍ୟକ୍ରମ ଜାରି ରଖିଥିବ ବୋଲି ଆଉଟସର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖା ର ଉପଦେଷ୍ଟା ସରୋଜ କୁମାର ନାୟକ, ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ,ଗଣମାଧ୍ୟମ ସମ୍ପାଦକ ଦୀପକ ରଥ,ସମ୍ପାଦିକା ଅମ୍ବିକାବାଳା ପାଢ଼ୀ ଓ ମଧୁସ୍ମିତା ପଟ୍ଟନାୟକ ଙ୍କ ସହ ଅନ୍ୟ ସଦସ୍ୟ ମାନେ ସରକାର ଙ୍କୁ ଚେତାବନୀ ଦେଇଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
Tags
Odisha Latest News