Ads

ବୌଦ୍ଧ: ତିନୋଟି ଜିଲ୍ଲାରୁ ୪୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ୩ ଜଣଙ୍କୁ ବୌଦ୍ଧ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁସାରେ ବୌଦ୍ଧ , ଅନୁଗୋଳ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଫ୍ଲିପକାର୍ଟ ଇ - କମର୍ସ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ବିଭିନ୍ନ ଉପାୟରେ ପ୍ରାୟ ୪୩ ଲକ୍ଷ ଟଙ୍କା ଗାଏବ କରିନେଇଥିଲେ । କମ୍ପାନୀ ପକ୍ଷରୁ ଏ ନେଇ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା, କଣ୍ଟାମାଳ ଥାନା ଏବଂ ଅନୁଗୋଳ ଜିଲ୍ଲାର କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏକ ଟିମ୍ ଗଠନ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ସେମାନଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୩ଟି ମୋବାଇଲ , ଦୁଇଟି ବାଇକ , ଗୋଟିଏ ଲାପଟପ ଜବତ ହୋଇଛି । ଗିରଫ ୩ ଜଣ ନୟାଗଡ଼ ଜିଲ୍ଲାର ସୁନିଲ ପ୍ରିୟରଞ୍ଜନ ପାଲ , ଖୋର୍ଦ୍ଧାର ଆଶିଷ ରଞ୍ଜନ ପ୍ରଧାନ ଏବଂ ବାଲେଶ୍ବର ଜିଲ୍ଲାର ବ୍ୟୋମକେଶ ଗିରି ବୋଲି ଜଣାପଡ଼ିଛି । ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ ସହିତ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।
Previous Post Next Post

ADS