ବୌଦ୍ଧ: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୧୨ ଟା ସମୟରେ ନୂତନ ଜିଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଜିଲାର ଉନ୍ନତି ପାଇଁ ନୂତନ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଓ ସଂଗଠନ ର କର୍ମକର୍ତ୍ତାମାନେ ନୂତନ ଜିଲାପାଳଙ୍କୁ ସ୍ୱାଗତ କରିଥିଲେ । ନୂତନ ଜିଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ପୂର୍ବରୁ ଅର୍ଥବିଭାଗର ସ୍ୱତନ୍ତ୍ର ସଚିବ ସହିତ ବିଭିନ୍ନ ଜିଲାରେ ପଦସ୍ଥ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ବୌଦ୍ଧ ର ପୂର୍ବତନ ଜିଲାପାଳ ସତ୍ୟରଂଜନ ସାହୁ ଗତମାସରେ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଥିଲା ।
Tags
Odisha Latest News