Ads

ବୌଦ୍ଧ: ଶିଶୁ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେରଣାର ଉତ୍ସ ହେଲେ ଶିଶୁର ସର୍ବାଙ୍ଗୀନ ବିକାଶ ହେବା ସହ ଦେଶର ଭବିଷ୍ୟତ ଉଜ୍ଜ୍ବଳ ହୋଇ ପାରିବ ବୋଲି ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ହରଭଙ୍ଗା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମିଶ୍ର ଓ ଜ୍ୟୋତ୍ସ୍ନା ରାଣୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ମତ ପ୍ରକାଶ କରିଥିଲେ। ବନ୍ଧା ପଥର ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନଶିକ୍ଷକ ବିଭୂତି ଭୂଷଣ ସାହୁ, ସାନ ବୁଟୁପାଲି ର ପ୍ରଧାନ ଶିକ୍ଷୟିତ୍ରୀ କନକ ଲତା ଶତପଥୀ ଓ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ  ଶିକ୍ଷକ ବସନ୍ତ କୁମାର ସାହୁ ଙ୍କୁ ସରସରା କ୍ଲଷ୍ଟର୍ ଅନ୍ତର୍ଗତ ୧୩ଟି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତି ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଫୁଲତୋଡ଼ା, ଉତ୍ତରୀୟ,ସମ୍ବର୍ଦ୍ଧନା ପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲଷ୍ଟର ରେ ଯୋଗଦେଇଥିବା ଲେଭେଲ ୩ ପ୍ରଧାନ ଶିକ୍ଷକ ଆଶିଷ କୁମାର ବେହେରା, ରଜତ କୁମାର ଦାନୀ, ଗୀତା ରାଣୀ ରାୟ ଚୌଧୁରୀ ଓ ତ୍ରିଲୋଚନ ବେହେରା ଙ୍କୁ ସ୍ୱାଗତ କରାଯାଇଥିଲା। ସି ଆର ସି ସି ଧରଣୀଧର ମେହେର ସଭାରେ ଅଧ୍ୟକ୍ଷତା କରିଥିଲାବେଳେ ଦିଲ୍ଲୀପ କୁମାର ସାହୁ ଅତିଥି ପରିଚୟ କରିଥିଲେ। ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲାବେଳେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ସ୍ୱରୂପା ରାଣୀ ପାଣିଗ୍ରାହୀ,ମଞ୍ଜୁଳା ଦେଇ, ରମେଶ ଯୋଶୀ, ପ୍ରଦୀପ କୁମାର ସାହୁ, ତ୍ରୈଲୋକ୍ୟ ତ୍ରିପାଠୀ, ନାଦୁଲେନ୍ଦୁ ମହାନ୍ତି,ନବନିତା ବେହେରା, ଶ୍ରୀବନ୍ତ ନାଏକ ଓ ଅନୁସୂୟା ପାଣିଗ୍ରାହୀ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସୌମ୍ୟାଶ୍ରୀ ନନ୍ଦ, ନମ୍ରତା ବେହେରା, ଆଶୋକ ପ୍ରଧାନ, ଶୁଭଶ୍ରୀ ମହାପାତ୍ର,ପଦ୍ମନାଭ ପ୍ରଧାନ, ଅରୂପ ମହାରଣା, କମଳିନୀ ସାହୁ ଓ କୌଶଲ୍ୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Previous Post Next Post

ADS