ବୌଦ୍ଧ: ଜିଲ୍ଲା ବାଉଁଶୁଣି କନିଷ୍ଠ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାଲାମ ଅନୁଷ୍ଠାନ ସହଯୋଗରେ ଯୁବ ସମ୍ବାଦ ଭାରତ 2047କୁ ନେଇ ଅଗାମୀ ଦିନରେ ଭାରତ ଏକ ବିକଶିତ ରାଷ୍ଟ୍ର ଗଠନ ରେ ଯୁବକ ଯୁବତୀଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ସମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଲାମ ଅନୁଷ୍ଠାନ ର ସଭାପତି ବିସିକେସନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ 4ନୋ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ ଯୋଗ ଦେଇ ଅଗାମୀ ସ୍ୱାଧୀନତା 100ବର୍ଷ ପୂର୍ତ୍ତ ଅବସରରେ ନିଜର ବହୁମୂଲ୍ୟ ମତବ୍ୟକ୍ତ କରିଥିଲେ । ନେହେରୁ ଯୁବକେନ୍ଦ୍ରର ଜିଲ୍ଲାଯୁବ ଅଧିକାରୀ ନବନିତ କୁମାର ଯୋଗ ଦେଇ ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ,କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ଆଲୋଚନ ଭାବେ ରାଜୀବ ଲୋଚନ ନାଏକ, ଶରତ କୁମାର ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଦେଶ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ ।ଏଥିରେ ମହାବିଦ୍ୟାଳୟ ଛତ୍ରଛତ୍ରୀ ମାନେ ସକ୍ରିୟ ଅଁଶ ଗ୍ରହଣ କରିଥିଲେ ।ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଳ,ସୀତାକାନ୍ତ ସିଂହ ପରିଚାଲନା କରିଥିଲେ ,ସ୍ୱେଚ୍ଛାସେବୀ ଚିତ ରଞ୍ଜନ ବେହେରା, ବାମନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।