ବୌଦ୍ଧ - ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପାଠାଗାର ପରିସରରେ ଯୋଗ ଓ ପ୍ରାଣାୟାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ ଦେବାଶିଷ ପୁରୋହିତ, ହୃଷିକେଶ ପ୍ରଧାନ, ବିଜୟ କୁମାର ସାହୁ, ଦିଲ୍ଲିପ କୁମାର ସାହୁ ଯୋଗଦାନ କରିଥିଲେ l ସିନିଅର ମହାବିଦ୍ୟାଳୟ ସ୍ତରରେ ଆଦର୍ଶ ବିଦ୍ୟାଳୟ ର ଶିଳ୍ପାରାଣୀ ସାହୁ ପ୍ରଥମ, ସୋଭନ କରଡ଼ିଆ ଦ୍ଵିତୀୟ, ମହିଳା ମହାବିଦ୍ୟାଳୟ ର ସଂଜୀବନୀ ପ୍ରଧାନ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ସଂତୃପ୍ତି ସାହୁ ପ୍ରଥମ, ସେନ୍ଟ ଜାଭୀୟର ବିଦ୍ୟାଳୟ ର ଦିବ୍ୟାଂଶ ଅଗ୍ରୱାଲା ଦ୍ବିତୀୟ, ଶୁଭଶ୍ରୀ ମେହେର ତୃତୀୟ , ପ୍ରାଥମିକ ବିଦ୍ୟାଳୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ପୋନାଶ୍ରୀ ନାୟକ ପ୍ରଥମ, ଆରାଧ୍ୟା ଅଭିସିକ୍ତା ପ୍ରଧାନ ଦ୍ଵିତୀୟ, ଗୌରୀଶଙ୍କର ପବ୍ଲକ ସ୍କୁଲ ର ଲିବ୍ୟା ଯାନୀ ଦ୍ଵିତୀୟ, ସେଣ୍ଟ ଜାଭୀୟର ସ୍କୁଲର ସାନଭି ଆଗ୍ରୱାଲା ତୃତୀୟ, ବାପୁଜୀ ନଗର ବିଦ୍ୟାଳୟ ର ସ୍ୱରୂପ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ପ୍ରତିଯୋଗିତାକୁ ଆଇ. ପି. ଆନନ୍ଦ କୁମାର ବେହେରା, ସି. ଆର. ସି. ସି. ସନ୍ତୋଷ କର୍ଣ୍ଣ, ଅକ୍ଷୟ ମହାକୁଡ଼, ଜିତେନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗର ଉପକାରିତା ସମ୍ପର୍କରେ କହିବା ସହିତ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l ଆସନ୍ତା ପନ୍ଦର ତାରିଖ ଦିନ ଟାଉନ ହଲ ଠାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ l
Tags
Odisha Latest News