Ads

ବୌଦ୍ଧ: ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ  ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ପ୍ରାଣୀ ଦିବସ ପାଳିତ  ହୋଇଯାଇଛି ଯାହାର ଶୀର୍ଷକ ଥିଲା ପ୍ରାଣୀ ମଙ୍ଗଳ ଓ ପ୍ରାଣୀ ସୁରକ୍ଷା।ଏହି ଅବସର ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାମା ରାଓ ପାଲୋ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ ଯୋଗ ଦେଇଥିଲେ। ଏହି ଅବସର ରେ ଜିଲ୍ଲା ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ସମିତି କୁ ଅଧିକ କାର୍ଯ୍ୟକ୍ଷମ କରିବା ସହିତ ପ୍ରାଣୀ  ସୁରକ୍ଷା ର ବିଭିନ୍ନ ଦିଗ ଯେପରିକି ବେଆଇନ ଗୋରୁ ଚାଲାଣ,ରାସ୍ତା କଡ଼ରେ ଖୋଲାଖୋଲି ଭାବରେ ଜୀବ ହତ୍ୟା କରି ଛେଳି କୁକୁଡ଼ା ଆଦି ମାଂସ ର ଅବାଧ ବିକ୍ରୀ ନିୟନ୍ତ୍ରଣ ଦିଗରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲା ର ଗୋପାଳକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଗୋଚର ଜମି ରେ ମନରେଗା ମାଧ୍ୟମ ରେ ଗୋଷ୍ଠୀ ଘାସ ଚାଷ କରିବା ପାଇଁ ପରୀକ୍ଷା ମୂଳକ ଭାବରେ ବ୍ଲକ ପିଛା ଦୁଇଟି ଲେଖା ୟୁନିଟ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ପ୍ରାଣୀ ପାଳନ ବିଭାଗ ର ଅଧିକାରୀ ମାନଙ୍କୁ  ନିବେଦନ କରିଥିଲେ। ଏହାଛଡା ମନରେଗା ଗାଈ ଗୁହାଳ,ବୁଲା ଗାଈ ଗୋରୁ  ଙ୍କୁ ଥଇଥାନ ଓ କୁକୁର ଜନ୍ମ ନିୟନ୍ତ୍ରଣ ଆଦି  ଦିଗରେ ବିଭିନ୍ନ ଆଲୋଚନା ହୋଇଥିଲା।ଏହି ସଭା ରେ ଜିଲ୍ଲା ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ରିତିକାନ୍ତୀ ବଳିଆର ସିଂହ,ଏଡିଭିଓ ରୋଗନିଦାନ ଡା ପ୍ରଭାସ କୁମାର ବେହେରା,ପ୍ରାଣୀ କଲ୍ୟାଣ ମଞ୍ଚ,ମାହେଶ୍ୱରୀ ଗୋଶାଳା ଓ ୱାଇସିଡିଏ ର କର୍ମକର୍ତ୍ତା, ସାମାଜିକ କର୍ମୀ,ସହର ର ବୁଦ୍ଧିଜୀବୀ ଗଣ ଓ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ  ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଏଡିଭିଓ ପ୍ରାଣୀ ପାଳନ ଡା ନିରୋଦ ଚନ୍ଦ୍ର କଂହର ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଶ୍ଵ ପ୍ରାଣୀ ଦିବସ ଉପଲକ୍ଷେ  ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ବିରେନ୍ଦ୍ର ପୃଷ୍ଟି ଙ୍କ ତତ୍ତ୍ଵାବଧାନ ରେ ସାନ ସୁବଳୟା ଠାରେ ଆୟୋଜିତ ନିଃଶୁଳ୍କ ଗୋବନ୍ଧ୍ୟା ନିରାକରଣ ଶିବିର ରେ ଯୋଗ ଦେଇ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଡ଼ା ପ୍ରିୟବ୍ରତ ବେହେରା ଗାଈ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଚିକିତ୍ସା କରିଥିଲେ।
Previous Post Next Post

ADS