Ads

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ଏକ ଦିବସୀୟ ପାଠଚକ୍ର ‘ ଓଡିଆ ସାହିତ୍ୟର ବିଭା ଓ ବିଭାବନା ‘ ବିଷୟରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଓଡିଆ ଛାତ୍ର ର କତ୍ତର୍ବ୍ୟ ଓ ସାହିତ୍ୟ ର ବିଭା ସଂକ୍ରାନ୍ତ ରେ ଆଲୋଚନା କରିଥିଲେ | ସେହିପରି ବିଭାଗୀୟ ମୁଖ୍ୟ ଡ ଶରତ ଚନ୍ଦ୍ର ପତି ଆଲୋଚନା ଚକ୍ର ର ଉଦ୍ଦେଶ୍ୟ ସଂକ୍ରାନ୍ତ ରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇ ଥିଲେ |ଅଧ୍ୟାପିକା ବାସନ୍ତୀ ପ୍ରଧାନ,ଅଧ୍ୟାପକ ଡ ଦାଶରଥି ବିଶ୍ଵାଳ, ଅଧ୍ୟାପକ ତ୍ରିନାଥ ରଣା, ଅଧ୍ୟାପିକା ତପସ୍ଵିନୀ ପ୍ରଧାନ ସାହିତ୍ୟର ବିଭିନ୍ନ ଦିଗ ସଂକ୍ରାନ୍ତ ରେ ଆଲୋଚନା କରିଥିଲେ ଏବଂ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ଛାତ୍ରଛାତ୍ରୀ ମାନେ  ସେମାନଙ୍କ ର ସନ୍ଧର୍ଭ ପାଠ କରିଥିଲେ| ା ପାଠଚକ୍ର ସମ୍ପାଦିକା ଜୟଶ୍ରୀ ଖେତି  ସଭାକାର୍ଯ୍ୟ ପରିଚାଳନା କରିଥିଲେ | ପ୍ରାରମ୍ଭିକ ସଙ୍ଗୀତ ରୋଶନ ସାହୁ ଓ ନନ୍ଦିନୀ ବାରିକ ଗାନ କରି ସଭାକୁ ଆନନ୍ଦ ମୁଖର କରିଥିଲେ |ଶେଷ ରେ ବିଭାଗ ର ଛାତ୍ରୀ ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ ସଭାରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ର କୁ ସାଫଲ୍ୟ ମଣ୍ଡିତ କରିଥିଲେ |
Previous Post Next Post

ADS