ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନ ମୋହନ ଦାଶ ଭୁବନେଶ୍ୱର ଠାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ଦିଆଯାଇଛି । ସୂଚନା ପ୍ରକାରେ ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନ ମୋହନ ଦାଶ ସରକାରି ଅର୍ଥ ହେରାଫେରି ଅଭିଯୋଗରେ ୨୦୦୬ ମସିହାରେ ଚାକିରିରୁ ବରଖାସ୍ତ ହୋଇଥିଲେ । ୨୦୦୭ ମସିହାରେ ଅଳସି ଓ ହଳଦି ମଞ୍ଜି କ୍ରୟ କରାଯିବା ନେଇ ୯ ଲକ୍ଷ ୬୬ ହଜାର ଟଙ୍କା ସରକାରି ଅର୍ଥ ହେରାଫେରି କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଫୁଲବାଣୀ ଭିଜିଲାନ୍ସ କୋର୍ଟରେ ମାମଲା ରୁୁଜୁ ହୋଇଥିଲା । ଫେରାର ଥିବା ଭୁବନ ମୋହନ ଦାଶଙ୍କ ମୋବାଇଲ ଟ୍ରାକିଙ୍ଗ କରି ଭିଜିଲାନ୍ସ ଅଧିକାରୀମାନେ ଭୁବନେଶ୍ୱର ବାଲିଅନ୍ତା ରୁ ଗିରଫ କରି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି ।
ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନେଶ୍ୱର ଠାରେ ଭିଜିଲାନ୍ସ ଦ୍ୱାରା ଗିରଫ
newodishatv.co.in
Tags
Odisha Latest News