ବାଉଁଶୁଣୀ: ମଙ୍ଗଳବାର ରାତି ୨ ଘଣ୍ଟିକା ସମୟରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଛକ ଡିମିରିପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଆଇଚର୍ ଟ୍ରକ ଜଣେ ବ୍ୟକ୍ତିଙ୍କ ଘରକୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ ଭୁବନେଶ୍ବର ଯାଉଥିବା କମଳା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଡିମିରିପାଲି ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଥିବା ଘୁଣ୍ଡୁ ସାହୁଙ୍କ ଆଜବେଷ୍ଟସ୍ ଘରକୁ ଧକ୍କା ଦେଇଥିଲା l ଘରର ଆଜବେସଷ୍ଟସ୍ ଭାଙ୍ଗି ଯାଇଥିବା ବେଳେ ଘର ସାମ୍ନାରେ ରଖା ଯାଇଥିବା ଏକ କାରକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଓ ପରିବାର ବଡ ଅଘଟଣରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି | ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି |
Tags
Odisha Latest News