ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ସଦର ସୁବର୍ଣ୍ଣପାଲି ଖଦାଲପଡ଼ା ମା'ଠାକୁରାଣୀ ମହିଳା କୀର୍ତ୍ତନ୍ୟ ଦଳକୁ ବୌଦ୍ଧ କେନ୍ଦୁପତ୍ର ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଖୋଳ(ମୃଦଙ୍ଗ) ପ୍ରଦାନ କରିଛନ୍ତି । କୀର୍ତ୍ତନ ଦଳର ମହିଳାମାନେ ପ୍ରାୟତଃ ଦିନ ମଜୁରିଆ ହୋଇଥିବା ବେଳେ ନାମ କିର୍ତ୍ତନ କରିବାର ଇଚ୍ଛାଥିଲେ ମଧ୍ୟ ସେମାନଙ୍କ ଖୋଳ ନଥିବା ଜାଣି ଶ୍ରୀ ମିଶ୍ର କୀର୍ତ୍ତନ ଦଳକୁ "ଖୋଳ" ପ୍ରଦାନ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ମାସ ଶ୍ରୀ ମିଶ୍ର କଣ୍ଟାମାଳ ବ୍ଲକ କୁଲୁତାଜୋର୍ ପଞ୍ଚାୟତର ୧୭ଟି କୀର୍ତ୍ତନ ଦଳକୁ ଖୋଳ(ମୃଦଙ୍ଗ) ଓ ତାଲି ପ୍ରଦାନ କରିଥିଲେ ।