Ads

ବୌଦ୍ଧ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବୌଦ୍ଧ ଜିଲ୍ଲାରେ ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ପରିମାଣର ଉଷ୍ମତା ଦେଖାଦେଇଛି । ଜିଲ୍ଲାରେ ଦୁଇଗୋଟି ବିଧାନସଭା ନିର୍ବାଚନ  ମଣ୍ଡଳୀ ଥିବା ବେଳେ  କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ  ପୁରାପୁରି ରାଜନୀତି ଉଷ୍ମତା ବଢିଯାଇଛି।କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ସମାବେଶ ନାରେ ମହୀଧର ହଟାଅ ଅଭିଯାନ ଜୋରଦାର ହୋଇଛି ।  ବୁଧବାର ପରିବର୍ତ୍ତନ ସମାବେଶକୁ ଦେଖିଲେ ଶାସକ ଦଳର ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ଜନପ୍ରତିନିଧିଙ୍କ ସଂଖ୍ୟା ବଢୁଥିବା ସ୍ପଷ୍ଟ ବାରିହୋଇପଡୁଛି ।  କଣ୍ଟାମାଳ ବିଧାନସଭା ମଣ୍ଡଳୀ ଅର୍ନ୍ତଗତ ନାରାୟଣପ୍ରସାଦ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ରିଙ୍ଗାପଡା ଉଚ୍ଚ ବିଦ୍ୟାଳୟର ପଡ଼ିଆରେ  ପରିବର୍ତ୍ତନ ସମାବେଶ ଅନୂଷ୍ଠିତ ହୋଇଯାଇଛି । ଏହି ସମାବେଶ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଗଡ ୧ନମ୍ବର ଯୋନ୍ ରେ ଅନୁଷ୍ଠିତ ହୋଇଥିବାରୁ ଏହାକୁ ନେଇ  ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେଡିର ପୁରୁଖା ନେତା ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ  ପ୍ରିୟଦର୍ଶୀ ପ୍ରତ୍ୟୁଷ (ବବି) ରଥଙ୍କ ପରିବର୍ତ୍ତନ ସମାବେଶରେ ବିଜେଡିର ବହୁ ଛାମୁଆ ନେତା ଓ ଜନପ୍ରତିନିଧି ମାନେ ଯୋଗ ଦେଇ ମହୀଧରଙ୍କ ୧୦ ବର୍ଷର ବିଧାୟକତ୍ୱ କାଳରେ ଅଞ୍ଚଳର ବିକାଶ ପରିବର୍ତ୍ତେ ବିନାଶ ହୋଇଛି ବୋଲି ନିଜ ନିଜର ଭାଷଣରେ ବିଷ ଓଗାଳିବା ସହିତ ସହ ଶାସକ ଦଳର ସମସ୍ତ ପୁରୁଖା ନେତା ମହୀଧରଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । ନେତା ମାନେ ଆଗାମୀ ସାଧାରଣ ନିର୍ବାଚନରେ ଜଣେ ଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଆହ୍ୱାନ ଦେଇଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବବି ରଥଙ୍କ ନେତୃତ୍ୱରେ ଚାଲିଥିବା ଏହି ପରିବର୍ତ୍ତନ ସମାବେଶରେ ଖୋଲାଖୋଲି ଭାବରେ ମହୀଧରଙ୍କ ନେତୃତ୍ୱକୁ ବିରୋଧ କରାଯାଇଛି । ବୁଧବାର ହୋଇଥିବା ନେତୃତ୍ୱରେ  ପରିବର୍ତ୍ତନ ସମାବେଶରେ ମହୀଧର ଅନ୍ୟ ଦଳରେ ନେତାଙ୍କୁ ଆମଦାନୀ କରି ଠିକା କାମା କରି ଅର୍ଥ ଆତ୍ମସାତ କରୁଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ, ଜଳସେଚନ  ଆଦି କ୍ଷେତ୍ରରେ ପଛରେ ରହିଥିବା ନେତାମାନେ ଅଭିଯୋଗ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକର ଅଭାବ, ଯେଉଁଠି ବ୍ରିଜ ଦରକାର ନାହିଁ ସେଠାରେ ଚାଲିଛି ବ୍ରିଜ ନିର୍ମାଣ, ଚେକଡ୍ୟାମର ଦୁର୍ନୀତି, ଓ ଫାସେଡଠାରେ ଏକ ଯୁକ୍ତ ଦୁଇ  ସରକାରଙ୍କ ଅନୁମତି ନ ହୋଇଥିବା ବେସରକାରୀ କଲେଜ ହୋଇଥିବା ବେଳେ ସରକାରୀ ବିଦ୍ୟାଳୟରେ ଶ୍ରେଣୀଗୃହରେ  କିପରି ଚାଲୁଅଛି ବୋଲି ନେତା ମାନେ ଅଭିଯୋଗ କରିଥିଲୋ । ବର୍ତ୍ତୀମାନ  କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବଦନାମ ହୋଇସାରିଥିବାବେଳେ କେବଳ ଠିକାଦାର ଓ ଦୁର୍ନୀତିଖୋର ଲୋକମାନେ ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଛବିକୁ ଖରାପ କରୁଥିବା ନେଇ ଦଳର ଛାମୁଆଁ ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଦଳରେ ନେତୃତ୍ୱ ପରିବର୍ତନ ଜରୂରୀ ବୋଲି ବହୁ ସଂଖ୍ୟାରେ ଯୋଗ ଦେଇଥିବା ସରପଞ୍ଚ,ସମିତିସଭ୍ୟ, ପୂର୍ବତନ ଜନପ୍ର୍ରତିନିଧିମାନେ ମତପ୍ରକାଶ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତମାତ୍ରାରେ ଅର୍ଥ ଯୋଗାଇଦେଉଥିଲେ ମଧ୍ୟ ବିଧାୟକ ମହୀଧରଙ୍କ ଛତ୍ରଛାୟା ତଳେ ଅନେକ ଦୁର୍ନିତୀଗ୍ରସ୍ତ ବ୍ୟକ୍ତିବିଶେଷ ସେସବୁ ବାଟମାରଣା କରିବାରେ ଲାଗିଛନ୍ତି ବୋଲି ଖୋଦ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀରଥ ଅଭିଯୋଗ କରିଥିଲେ ।  ନିର୍ବାଚନ ମଣ୍ଡଳୀକୁ ମିଳୁଥିବା ବିଧାୟକ ପାଣ୍ଠି ବିଭିନ୍ନ ମନ୍ଦିର ପରିସରର ଉନ୍ନୟନ , ମୋରମ ବିଛା ଓ ପୋଖରୀ ଖନନ ଆଦି ପ୍ରକଳ୍ପ ଦେଖାଇ ହରିଲୁଟ କରାଯାଉଅଛି ଓ ମନରେଗା କାର୍ଯ୍ୟରେକୁ ଦେଖାଇ ବିଧାୟକ ପାଣ୍ଠି, ପଶ୍ଚିମଓଡିଶା ବିକାଶ ପରିଷଦ ପାଣ୍ଠିରୁ ପୁନର୍ବାର କାର୍ଯ୍ୟ ଦେଖାଇ ମିଛ ବିଲ କରି ଟଙ୍କା ଆତ୍ମସାତ କରୁଥିବା ନେଇ ଅନେକ ନେତା ପ୍ରକାଶ କରିଛନ୍ତି।  କଣ୍ଟାମାଳ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ଆଜି ଜିଲ୍ଲାରେ କଣ୍ଟାମାଳ  ବ୍ଲକ ଏକ ଅବହେଳିତ ଅଞ୍ଚଳ ହୋଇ ରହିଥିବା ନେଇ ନେତାମାନେ ଏହାର କାରଣ ଦୁର୍ବଳ ନେତୃତ୍ୱ ବୋଲି  କହିଥିଲେ । ଏଣୁ  ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନରେ  ନେତୃତ୍ୱ ପରିବର୍ତନ ଜରୂରୀ ବୋଲି  ଏହି ସମାବେଶରେ ମତପ୍ରକାଶ ପାଇଥିଲା ।  ପରିବର୍ତ୍ତନ ସମାବେଶରେ ବରପଦର ଗ୍ରାମର ବରିଷ୍ଠ ବିଜେଡି ନେତା ପ୍ରମୋଦ ରଣା, ଟପର୍ଣ୍ଣାର ଲିଙ୍ଗରାଜ ରଣା ,ବିଜୟ କୁମାର ସାହୁ,  ବିଜୁ ଜନତା ପୂର୍ବତନ ଜିଲା ପରିଷଦସଭ୍ୟ ତଥା ବର୍ତ୍ତମାନର ଖଳିଆପାଲି ପଞ୍ଚାୟତର ସମିତିସଭ୍ୟ କେଦାର ସାହୁ, ପୁର୍ବତନ ବ୍ଳକ ଅଧ୍ଯକ୍ଷ ପୟଧର ମହାକୁଡ, ଲିକି ଦେହୁରୀ, ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ୱର ସିଂ, ବହିରା ସରପଞ୍ଚ ଯଯାତି କେଶରି ମହଲିକ, ବାଉଁଶୁଣୀ ସମିତିସଭ୍ୟ ପ୍ରମୋଦ କୁମାର ଦେହୁରୀ, ଗୁନ୍ଦୁଲିଆ ସମିତିସଭ୍ୟ ବଳଦେବ କର୍ମୀ, ପୁର୍ଣ୍ଣଚନ୍ଦ୍ର ପୋଢ,ପ୍ୟାରୀମୋହନ ନାଏକ,ପୁର୍ବତନ ସମିତିସଭ୍ୟ ପୁର୍ଣ୍ଣଚନ୍ଦ୍ର ସାହୁ, ବିଜେଡି କର୍ମୀ ରାମହରି ପ୍ରଧାନ, ଶୁଶିଲ  ପୁରୋହିତ, ହୃଷି ଦନ୍ତା,ବିଜେଡି ନେତା ଦୁର୍ଯ୍ୟୋଧନ ଖଟୁଆ, ପୁର୍ବତନ ସମିତିସଭ୍ୟ ବିବତ୍ସ କହଁର, ଟଙ୍କଧର ମହାକୁଡ, ରମାରଞନ ସାହୁନାରାୟଣ ପ୍ରସାଦ ସେବା ସମବାୟ ସମିତିର ସଭାପତି ବିନୋଦ କୁମାର ସାହୁ ବରପଦର  ୱାର୍ଡ ସଭ୍ୟ ଯୋଗୀନ୍ଦ୍ର ରଣା, ଗୁରୁ ଚରଣ ରଣା, ପ୍ରମୋଦ ରଣା, ହେମନ୍ତ ସାହୁ, ପର୍ଶୁରାମ ରଣାଙ୍କ  ସମେତ  ବହୁ ସଂଖ୍ୟାରେ ନେତା ଓ ୫୦୦୦ର ଅଧିକ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ । ଏହି ପରିବର୍ତ୍ତନ ସମାବେଶ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । 
Previous Post Next Post

ADS