ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ତୃତୀୟ ବାଉଁଶୁଣୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,୪ ନଂ ଜିଲ୍ଲା ପରିଷଦ ସଦସ୍ୟ ରାକେଶ କୁମାର ତ୍ରିପାଠୀ, ବୌଦ୍ଧ ବିଡ଼ିଓ ଅକ୍ଷୟ କୁମାର ଉଡ୍ଡୁ, ବାଉଁଶୁଣୀ ସମିତି ସଭ୍ୟ ପ୍ରମୋଦ କୁମାର ଦେହୁରୀ ଯୋଗ ଦେଇ ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ଏଭଳି ଏକ ମହୋତ୍ସବ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ । ସାଂସ୍କୃତିକ ପରିଷଦର ସମ୍ପାଦକ ସୀତାକାନ୍ତ ସିଂ ସଭାପତିତ୍ବ କରିଥିବା ବେଳେ ପରିଷଦର ସଭ୍ୟ ଚକ୍ରଧର ମେହେର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁନୀଲ କୁମାର ବାରିକ। ବାଉଁଶୁଣୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ପରେ ବଲାଙ୍ଗୀର କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ବଜନିଆ , ମାହେଶ୍ୱରୀ କଳା ପରିଷଦ ମନମୁଣ୍ଡା, ସରସ୍ଵତୀ ଶିଶୁ ମନ୍ଦିର ବାଉଁଶୁଣୀ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀନିବାସ ମେହେର, ଛବିଳ ମେହେର, ଅଭିପ୍ସା ରଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଉଁଶୁଣୀ ସାଂସ୍କୃତିକ ପରିଷଦର ସରୋଜ ତ୍ରିପାଠୀ, କୁନା ରଥ, ସୁଜିତ ମେହେର ପ୍ରମୁଖ ସହଯୋଗ କରିଥିଲେ। ମିନା ବଜାର ସହିତ ପଲ୍ଲୀଶ୍ରୀ ମେଳାର ଦର୍ଶକ ଭର ପୂର୍ ଫାଇଦା ନେଇଥିଲେ ।
Tags
odisha