Ads

ବୌଦ୍ଧ: ରାବଣପୋଡ଼ି ସହ ଉଦଯାପିତ ହେଲା ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକ ରାମଲୀଳା ନାଟକ । ବାଉଁଶୁଣୀ ଛକ ସ୍ଥିତ ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦର ଆନୁକୂଲ୍ୟରେ ୫୮ ତମ ଶ୍ରୀରାମ ଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ ଅନ୍ତିମ ଦିନ ତଥା ବିଦାୟ ରଜନୀ ରେ ରାବଣ ବଦ୍ଧ ସହ ରାବଣ ପୋଡ଼ି ନାଟକ ପରିବେଷଣ ହୋଇଛି । ପାରମ୍ପରିକ ବେସବୁସା ରେ ସୁସଜ୍ଜିତ ହୋଇ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାମ, ଲକ୍ଷ୍ମଣ,ସୀତା,ହନୁମାନ,ରାବଣ ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଛନ୍ତି ନାଟ୍ୟ କମିଟିର କର୍ମକର୍ତ୍ତା । ରାମାୟଣ କଥାବସ୍ତୁ ଉପରେ ନାଟକ ପରିବେଷଣ ପାଇଁ ନିଜକୁ ନିଜେ ରଙ୍ଗ ବୋଲି ହୋଇ ବିଭିନ୍ନ ବେଶ ହେଉଛନ୍ତି କଳାକାର । ଅନ୍ତିମ ଦିନରେ ରାମ, ଲକ୍ଷ୍ମଣ, ହନୁମାନ ତାଙ୍କ ସନ୍ୟଗଣକୁ ନେଇ ଜମଘାଟି ପରିକ୍ରମା କରି ବାଉଁଶୁଣି ଛକରେ ପହଞ୍ଚିଥିଲେ ସେପଟେ ରାବଣ ମଧ୍ୟ ଟିକିରାପଡ଼ା, ଗଡଭିତର ଗ୍ରାମ ପରିକ୍ରମା କରି ବାଉଁଶୁଣି ଛକ ଠାରେ ପହଞ୍ଚିବା ପରେ ବାଉଁଶୁଣି ବସଷ୍ଟାଣ୍ଡ ପାଲଟିଥିଲା ରଣକ୍ଷେତ୍ର । ରାମ ଓ ରାବଣର ମହାସମର ଯୁଦ୍ଧ ଆରମ୍ଭ ହୋଇଥିଲା ସେହିଭଳି ରାମଙ୍କ ସନ୍ୟମାନେ ଓ ରାବଣ ସନ୍ୟମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ପରେ ନାଟ୍ୟ ମଣ୍ଡପରେ ରାବଣ ବଦ୍ଧ ନାଟକ ଅନୁଷ୍ଠିତ ହୋଇଥିଲା ।
Previous Post Next Post

ADS