Ads

ବରଗଡ଼: ୧୦ ଜଣ ଧାନ ଚୋରଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି।ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସିଲେଟ ପଞ୍ଚାୟତ ଗଉର ଟିକ୍ରା ଗ୍ରାମର ଲିଭି ବନ୍ଦ ନିକଟରେ ରହିଥ‌ିବା ଏକ ପଡିଆରେ ଗ୍ରାମର ଭାଗଚାଷୀ ଅନନୁ ରାମଜାଲଙ୍କ ଧାନ ପ୍ୟାକେଟ ଗଦାରୁ ଧାନ ଚୋରିବେଳେ ୧୦ଜଣ ଧରାପଡ଼ିଛନ୍ତି । ରବିବାର ଉକ୍ତ ଗ୍ରାମର ଭାଗ ଚାଷୀ ସଦାନନ୍ଦ ମିର୍ଦ୍ଧାଙ୍କ ଧାନ ଗଦାରୁ ୧୨୦ ପ୍ୟାକେଟ ଧାନ ଚୋରି ହୋଇଥିଲା । କିନ୍ତୁ କିଏ ଚୋରି କରିଥିଲା ତାହା ଜଣା ପଡ଼ିନଥିଲା । ଏ ନେଇ ସଦାନନ୍ଦ ଗ୍ରାମର ସମସ୍ତ ଚାଷୀଙ୍କୁ ସତର୍କ କରିବା ସହ ଚୋରକୁ ଧରିବା ପାଇଁ ପ୍ରତିଦିନ ବିଲରେ ଲୁଚି ରହୁଥିଲେ । ବୁଧବାର ବିଳମ୍ବିତ ରାତିରେ ପୁଣି ଗ୍ରାମର ପୁରୁଣା ମିଲ୍ ପଛପଟେ ରହିଥ‌ିବା ଅନନୁ ରାମଜାଲଙ୍କ ଗଦାରୁ ୧୨ ଜଣ ଚୋର ଆସି ଏକ ମିନି ଟ୍ରକରେ ଧାନ ବୋଝେଇ ପରେ ପଳାଇଯିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଚୋରଙ୍କୁ ଧରିବା ପାଇଁ ସୂଚନା ଦେବା ପରେ ଗ୍ରାମବାସୀ ପରସ୍ପର ମଧ୍ଯରେ ଯୋଗାଯୋଗ କରି ଏକତ୍ରିତ ଭାବରେ ଚୋରଙ୍କୁ ଧରିବା ପାଇଁ ଆସିଥିଲେ । ସେତେବେଳକୁ ଚୋରମାନେ ଅନନ୍ତଙ୍କ ଧାନ ଗଦାରୁ ୪୫ କେଜି ବିଶିଷ୍ଟ ୧୧୦ ପ୍ୟାକେଟ ଓ ଶାନ୍ତି କୁମାର ମିର୍ଦ୍ଧାଙ୍କ ଧାନ ଗଦାରୁ ୩୦ ପ୍ୟାକେଟ ଧାନ ମୋଟ ୧୪୦ ପ୍ୟାକେଟ ଧାନ ଗାଡ଼ିରେ ବୋଝେଇ କରିସାରିଥିଲେ । ଗ୍ରାମବାସୀ ଚୋରଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ୧୦ ଜଣ ଧରାପଡିଥିଲେ ଓ ଦୁଇଜଣ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ସମ୍ବଲପୁର ଜିଲାର ଯୁଜୁମୁରା ଅଞ୍ଚଳର ଜିତେନ୍‌ ଓରାମ(୨୦ )କ୍ରୀଷ୍ଣା ଓରାମ୍ ( ୧୯ )ଅବତାବ ଓରାମ(୧୯ ) ଦେବାଶିଷ ଓରାମ , ରାହୁଲ ଓରାମ ( ୧୮ ) , ଶିବ ଓରାମ , ବଣ୍ଡି ଓରାମ ( ୧୮ ) , ଅଜିତ ନାଏକ ( ୨୦ ) ଓ ଲକ୍ଷ୍ମଣ ଦାସ ( ୨୬ ) ଓ ତୃତୀୟା ବଗର୍ତ୍ତି ( ୩୫ ) ଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିବା ସହିତ ଗାଡ଼ିକୁ ଜବତ କରିଛି ।
Previous Post Next Post

ADS