Ads

ବଲାଙ୍ଗୀର: ଜିଲାର କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଲ ସେକ୍‌ସନର ବାନ୍ଧନପାଲି ଗାଁ ନିକଟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ଦୁଇ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ବନ କର୍ମଚାରୀ ହେଲେ ରୂପେଶ ଛତ୍ରିଆ । ଦୁଇ ଗୁରୁତର ବନ କର୍ମଚାରୀ ହେଲେ ପ୍ରଶାନ୍ତ ନାୟକ ଏବଂ ତାରେଶ୍ବର ରଣା । ଏହି ଦୁଇ ବନ କର୍ମଚାରୀ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବାନ୍ଧନପାଲି ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥ‌ିବା ଖବର ପାଇବା ପରେ ସକାଳେ କଣ୍ଟାବାଞ୍ଚି , ବଙ୍ଗାମୁଣ୍ଡା ଓ ଲାଠୋର ରେଞ୍ଜର ବନ କର୍ମଚାରୀମାନେ ହାତୀ ଟ୍ରାକିଂ କରୁଥିଲେ । ଜଙ୍ଗଲ ଭିତରେ ଟ୍ରାକିଂ କରୁଥ‌ିବାବେଳେ ସେମାନେ ହଠାତ୍‌ ଦନ୍ତାହାତୀ ସହ ମୁହଁମୁହିଁ ହୋଇଥିଲେ । ଦନ୍ତାଟି ପ୍ରୋଟେକଶନ୍ ସ୍ଟାଡ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ରୂପେଶ , ପ୍ରଶାନ୍ତ ଓ ତାରେଶ୍ବର ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା ।
Previous Post Next Post

ADS