ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଶୁଳ୍କ ନିୟମରେ ସଂଶୋଧନ କରିଛି I ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଭଏସ୍ କଲ୍ ଏବଂ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ SMS ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡିବ। ସମ୍ପ୍ରତି, କମ୍ପାନୀଗୁଡିକ ଇଣ୍ଟରନେଟ୍ ଡାଟା, ଭଏସ୍ କଲ୍ ଏବଂ SMS ରିଚାର୍ଜ କୁପନ୍ ପ୍ରଦାନ କରୁଛନ୍ତି। ଟ୍ରାଇ ସ୍ବତନ୍ତ୍ର ରିଚାର୍ଜ କୁପନ୍ ଉପରେ ୯୦ ଦିନର ସୀମା ହଟାଇ ଏହାକୁ ୩୬୫ ଦିନ କରିବାକୁ ନିର୍ଦ୍ଦେଶ ଦେଇଛି।
Laptops @ ₹ 15,000 / Piece - https://m.indiamart.com/proddetail/27457579862.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=22
ଟ୍ରାଇ ଟେଲିକମ୍ ଗ୍ରାହକ ସୁରକ୍ଷା ନିୟମାବଳୀ, ୨୦୨୪ ରେ କହିଛି ଯେ ସେବା ପ୍ରଦାନକାରୀଙ୍କୁ ଅତି କମରେ ଏକ ସ୍ବତନ୍ତ୍ର ଶୁଳ୍କ ଭାଉଚର କେବଳ ଭଏସ ଏବଂ SMS ପାଇଁ ପ୍ରଦାନ କରିବାକୁ ପଡିବ। ଏହାର ବୈଧତା ଅବଧ ୩୬୫ ଦିନରୁ ଅଧିକ ହେବ ନାହିଁ। ଏହି ନିଷ୍ପରି ସେହି ଗ୍ରାହକଙ୍କୁ ଉପକୃତ କରିବ ଯେଉଁମାନେ ଇଣ୍ଟରନେଟ୍ ଡାଟା ବ୍ୟବହାର କରନ୍ତି ନାହିଁ ଏବଂ କେବଳ ଭଏସ୍ କଲ୍ ଏବଂ SMS ବ୍ୟବହାର କରନ୍ତି।