ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ଼ ନିସ୍ତିପୁର ଗ୍ରାମ ନିକଟ ଜଙ୍ଗଲରୁ ଆଜି ପୋଲିସ ବିବାହିତ ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରିଛି। ପରକିୟା ପ୍ରୀତିରୁ ଅନୈତିକ ପ୍ରେମସମ୍ପର୍କ ପରେ ଉଭୟେ ଆତ୍ମହତ୍ୟା କରିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମୃତକ ଦ୍ବୟ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ରାଧାଦେଇପୁର ଗ୍ରାମର ରାଜେନ୍ଦ୍ର ସାହୁ ଏବଂ ପାଟପୁର ଗ୍ରାମର ସୁମିତ୍ରା ସାହୁ।
ଅଧିକ ଦେଖିବା ପାଇଁ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ- HP LJ M1536DNF Refurbished MFP Printer @ ₹ 12,500 / Piece - https://m.indiamart.com/proddetail/20005500155.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=38
ପୋଲିସ ମୃତଦେହ ଦୁଇଟିକୁ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ.୩୪/୨୪ ଅନୁଯାୟୀ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ତଦନ୍ତ କରୁଥିବା ଜଣାପଡ଼ିଛି I