କିଣାରେ ଦୁର୍ନୀତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୌର ପରିଷଦର ୩ ଜଣ ଅଧିକାରୀଙ୍କ ସହ ଅନ୍ୟ ଜଣଙ୍କୁ ବାନ୍ଧିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ ହେଲେ ଆକାଉଣ୍ଟାଣ୍ଡ ଅଚ୍ୟୁତାନନ୍ଦ ସ୍ବାଇଁ, ସାନିଟେସନ୍ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ, ପୂର୍ବତନ ନିର୍ବାହୀ ଅଧୂକାରୀ ମନୋଜ ତାଣ୍ଡି ଏବଂ ମଶାତେଲ ଯୋଗାଣକାରୀ ଫ୍ୟୁଜନ୍ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲ । ମଶାତେଲ ଲିଟର ପିଛା ୭୭ ଟଙ୍କା ପରିବର୍ତ୍ତେ ୭୪୦ ଟଙ୍କା ଦେଇ କିଣିଥିଲେ ।