Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନ ଙ୍କ ଅଧକ୍ଷତା ରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l  ମାଁ ଭୈରବୀ ଙ୍କ ନିକଟରେ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l 
ଅଧିକ ଦେଖିବା ପାଇଁ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ- HP LJ M1536DNF Refurbished MFP Printer @ ₹ 12,500 / Piece - https://m.indiamart.com/proddetail/20005500155.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=38
 ଭାରତର ଅର୍ଥନୈତିଜ୍ଞ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ. ମନମୋହନ ସିଂ ପରଲୋକକୁ ନେଇ ଆସୋସିଏସନ ପକ୍ଷରୁ ଆତ୍ମା ସଦ୍ଗତି କାମନା ପାଇଁ ନିରବ ପାର୍ଥନା କରାଯାଇଥିଲା l ପରେ ଗତ ବର୍ଷ ସେବା ମହୋତ୍ସବ ଆୟବ୍ୟୟ, ଏବଂ ଆସୋସିଏସନ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ପରିଶେଷରେ ସଙ୍ଘ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା l ନୂତନ ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ ଓ ସମ୍ପାଦକ ଭାବେ ଭାଗବତ ମେହେର ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ସେହିପରି ଉପ ସଭାପତି ସୁଶାନ୍ତ ବେହେରା, ସହ ସମ୍ପାଦକ କୁମୁଦ ସାହୁ, କୋଷାଧକ୍ଷ ବାସୁଦେବ ସାହୁ, ସଂଯୋଜକ ଧିରେନ ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଆସନ୍ତା ଫେବୃଆରୀ ରେ ଆସୋସିଏସନ ପକ୍ଷରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ସେବା ମହୋତ୍ସବ ଅନୁଷ୍ଠିତ  ପାଇଁ ନିଷ୍ପତି ନିଆଯାଇଥିଲା l
Previous Post Next Post

ADS