Ads

ସୁନ୍ଦରଗଡ଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। 
ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତିଙ୍କ ପୋଡା କଙ୍କାଳ ପୋଲିସ ଉଦ୍ଧାର କରିଛି। ଗୁରୁବାର ରାତିରେ ସ୍କୁଲ ପଛପଟୁ ଉକ୍ତ ପାଳଗଦା ଜଳୁଥିବା କେତେକ ଲୋକେ ଦେଖିଥ‌ିବା ବେଳେ ଜଣେ ଚାଷୀ ବିଲକୁ ଯାଇ ପୋଡା ମୃତଦେହ ଓ ସ୍କୁଟି ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
Previous Post Next Post

ADS