Ads

ବୌଦ୍ଧ: STF ହାତରେ ବାଘଛାଲ ଶିକାରୀ I ହେଲେ ବୌଦ୍ଧର ଜଙ୍ଗଲ ବିଭାଗ କରୁଛି କଣ ? ସତରେ ଠିକ୍ ଠାକ୍  କାମ କରୁଛି ତ ? ନା କେବଳ ଏସି କୋଠରୀ ଭିତରେ ବସି ଯୋଜନାର ଅର୍ଥ ଲୁଟ୍ ପାଇଁ ମାଷ୍ଟର ପ୍ଲାନ୍ କରୁଛି I କାରଣ ପୂର୍ବରୁ ଅନେକ ଘଟଣାକୁ ନେଇ ବୌଦ୍ଧ ଜଙ୍ଗଲ ବିଭାଗ ଚର୍ଚ୍ଚାରେ ରହିଆସୁଥିବା ବେଳେ ନିକଟରେ ହୋଇଥିବା କେନ୍ଦୁକାଠ ଗଣ୍ଡି ମାମଲାରେ ମୁଖିଆ ତଥା କିଛି ଅସାଧୁ କର୍ମଚାରୀ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହେଲା ଆଉ ଆଉ କାଠ ଗଣ୍ଡି ଘଟଣାର RCCF ତଦନ୍ତ ଚାଲୁଥିବା ବେଳେ । ପୁଣି ବାଘ ଛାଲ ଜବତ ଘଟଣା ସାମ୍ନାକୁ ଆସିଛି I ଆଜି କଲରା ପତରିଆ ବାଘ ଛାଲ ସହ ଡିଲ ବେଳେ ଅଭିଯୁକ୍ତକୁ ଗିରଫ କରିଛି STF । ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଡିଲ ହେଉଥିଲା ବେଳେ ମଦିବସିଲା STF । ଗିରଫ ଅଭିଯୁକ୍ତ ହେଲା ବୌଦ୍ଧ ଜିଲ୍ଲା ଦପଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I
Previous Post Next Post

ADS