Ads

ବୌଦ୍ଧ,୧୭ା୧ : ବୌଦ୍ଧରେ ତିନି ଜଣ ପ୍ରଶାସନିକ ଅଧିକାରୀ ଶୁକ୍ରୁବାର ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କ୍ରମେ ବୌଦ୍ଧର ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପଧାନଙ୍କୁ ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କୁ ପଦୋନ୍ନତି ଦିଆଯାଇ ବୌଦ୍ଧ ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଉଭୟ ଅଧି୍‌କାରୀ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ବୌଦ୍ଧକୁ ଉପ -ଜିଲ୍ଲାପାଳ ଭାବରେ ବଦଳି ହୋଇଆସିଥିବା ମୟୁରଭଞ୍ଜ କରଞ୍ଜିଆର ଆଇଟିଡିଏ ଅଧିକାରୀ ପ୍ରବୀଣ କୁମାର ବାନୁଆ ମଧ୍ୟ ଆଜି ତାଙ୍କର ଦାୟିତ୍ୱ ଗ୍ରହଣ  କରିଛନ୍ତି । ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଆୟୋଜିତ ଏକ ସମ୍ବର୍ଦ୍ଧନା ବୈଠକରେ ତିନି ଅଧିକାରୀଙ୍କୁ ଜିଲାପାଳ ସୁବ୍ରତ କୁମାର ପଣ୍ଡା ତଥା ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ l ଜ଼ିଲ୍ଲାପାଳ ଏହି ଅବସରରେ ସମସ୍ତ ଅଧିକାରୀ  ଙ୍କୁ ଏକ ଟିମରେ ରହି  କାମ  କରିବା  ପାଇଁ ଆହ୍ୱାନ କରିଥିଲେ l ଆମର ଦୁଇ ଅଧିକାରୀ  ଏଠାରେ ଅବସ୍ଥାପିତ ହୋଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ l ନିର୍ବାଚନ  ରେ ଭଲ କାମ କରିଥିବା ରୁ ଆସନ୍ତା ଜାତୀୟ ମତଦାତା ଦିବସ  ରେ  ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ ତଥା  ରିଟର୍ନିଙ୍ଗ ଅଫିସ କଣ୍ଟାମାଲ ବିଧାନ ସଭା  ନିର୍ବାଚନ ମଣ୍ଡଳୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ ) ଶାଶ୍ୱତ ପ୍ରଧାନ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ  ଆୟୋଜିତ ଜାତୀୟ ମାତଦାତା ଦିବସ ରେ ସମ୍ବର୍ଦ୍ଧିତ ହେବାକୁ ଥିବାରୁ  ସମସ୍ତ ଅଧିକାରୀ,ବୁଥ  ସ୍ତରୀୟ ଅଧିକାରୀ, କର୍ମଚାରୀ,ନିର୍ବାଚନ ସମୟରେ କାମ  କରିଥିବା  ଟିମ ର ସମସ୍ତ  ଙ୍କୁ ଜ଼ିଲ୍ଲାପାଳ ଭୁୟସୀ ପ୍ରଶଂସା  କରିବା  ସହ     ଆଗକୁ  ଏଭଳି  ଭଲ  କାମ  କରି  ପ୍ରଶଂସିତ  ହେବା ପାଇଁ ଆହ୍ୱାନ କରିଥିଲେ l
Previous Post Next Post

ADS