ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ଥାନା ଜମଟାଙ୍ଗୀ ଛକ ନିକଟରେ ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ତିନି ଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି I ମିଳିଥିବା ଖବର ଅନୁଯାୟୀ ବୌଦ୍ଧ ପଟରୁ ଏକ କାର ସୋନପୁର ଅଭିମୁଖେ ଯାଉଥିବା ବେଳେ ଜମଟାଙ୍ଗୀ ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା I ଫଳରେ ବାଇକରେ ଥିବା ୩ ଯୁବକଙ୍କ ଗୁରୁତର ଆହତ ହୋଇଥିଲେ I ପ୍ରଥମେ 3 ଜଣଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ଅନ୍ୟପଟେ ଆହତଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଆଡି ବସିଥିବା ବେଳେ ଖବର ପାଇ ମନମୁଣ୍ଡା ପୋଲିସ ଘଟନାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ I