Ads

ବଲାଙ୍ଗିର: ଲୋଇସିଂହା ବ୍ଲକ ର କୁସଙ୍ଗ ଗାଁ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଭୂମି ପୂଜନ ଅବସରରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା l ବୃନ୍ଦାବନ ପୁଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଗୋବିନ୍ଦ ଅଗ୍ରୱାଲ, ପ୍ରଫୁଲ୍ଲ କୁମାର ତୁମୁନିଆଁ, ରାଧେ କୃଷ୍ଣ ମିଶ୍ର ମଞ୍ଚାସିନ ଥିଲେ l ସାଂସଦ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ରୁ ସାଂସଦ ଶ୍ରୀ ବିଶି ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି l କୁସଙ୍ଗ ଗ୍ରାମବାସୀ ଙ୍କ ସହଯୋଗ ରେ ଗ୍ରାମ ରେ ଏକ ଭବ୍ୟ କଲ୍ୟାଣ ମଣ୍ଡପ ହେବ l ଏହାଦ୍ୱାରା ଗାଁ ର ସାଂସ୍କୃତିକ, ସାମାଜିକ,ବିବାହ ବ୍ରତ, ପର୍ବ ପର୍ବାଣୀ କାର୍ଯ୍ୟକ୍ରମ ସୁବିଧା ରେ ହୋଇପାରିବ l  କଲ୍ୟାଣ ମଣ୍ଡପ ପାଖରେ ଦେବୀ ବନ୍ଧ ଓ ଦେବୀ କଟା ଥିବାରୁ ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ଗାଁ ବାସୀ ଦାବୀ କରିଥିଲେ l ଗାଁ ର ବିକାଶ ରେ ହିଁ ଭାରତ ର ବିକାଶ ହେବ l ତେଣୁ ଗାଁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ବିକାଶ ଜରୁରୀ ବୋଲି ସାଂସଦ ଶ୍ରୀ ବିଶି ମତ ପ୍ରକାଶ କରିଥିଲେ l
Previous Post Next Post

ADS