Ads

ବୌଦ୍ଧ: ବୌଦ୍ଧ ସଦର ବ୍ଲକ ବହିରା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଅପରାହ୍ନ ଚାରି ଘଣ୍ଟା ସମୟରେ ବହିରା ମଣ୍ଡଳ ସ୍ତରୀୟ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ମଣ୍ଡଳ ସ୍ତରୀୟ କର୍ମଶାଳାରେ  ମଣ୍ଡଳ ସଭାପତି ଯୀଶୁ ପଧାନ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ କରାଗଲା l ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନାଇଁ  ଚରଣ ଡାଙ୍ଗ ମୁଖ୍ୟ ଵକ୍ତା ଭାବରେ କୃଷକ ନେତା ବିଷିକେଶନ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ ଏବଂ ଅନ୍ୟତମ ଅତିଥି ଭାବରେ ବାଉଁଶୁଣି ମଣ୍ଡଳ ସଭାପତି ଶରତ କର୍ଣ୍ଣ, ପୂର୍ବତନ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପୟୋଧର ମହାକୁଳ ସଭା ଶେଷରେ ବିପିନ ଦାସ ଧନ୍ୟବାଦ ଦେଇଥିଲେ l ମୁଖ୍ୟଅତିଥି ମାନ୍ୟବର ବିଧାୟକ କେନ୍ଦ୍ର ସରକାରର ଏଗାର ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କର୍ମଶାଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ପହଞ୍ଚିପାରିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବଂଶୀଧର ମହାକୁଡ଼, ସୁନୀଲ ନାଗ, ନରେଶ ପଧାନ, ଯଯାତି ପ୍ରଧାନ, ଏକଲବ୍ୟ ମହାକୁଡ଼, ରୋଶନ ମେହେର ସମେତ ଶତାଧିକ  କର୍ମକର୍ତ୍ତା ଉପସ୍ଥିତ ଥିଲେ I
Previous Post Next Post

ADS