ବଲାଙ୍ଗୀର: କ୍ଲିନ୍ କ୍ରିମିନାଲ୍ ମିଶନ୍ ଅଭିମୁଖେ ବଲାଙ୍ଗିର ଏସପି । କଫସିରଫ ମୁକ୍ତ ଅଭିଯାନ ଠାରୁ ଆରମ୍ଭ କରି ଠକ ମନୋଜ ମିଶ୍ରର ନକଲି ସାର୍ଟିଫିକେଟ୍ ଧରପଗଡ ପର୍ଯ୍ୟନ୍ତ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବଲାଙ୍ଗୀର ପୁଲିସ୍ ର ଅପରାଧୀ ଦମନର ଦୃଢ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଉଛି । ଗତବର୍ଷର ମମିତା ମେହେର ହତ୍ୟାକାଣ୍ଡରୁ ଚଳିତ ବର୍ଷର ଝାରସୁଗୁଡାରେ ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ନିନ୍ଦିତ ହୋଇଛି ଓଡିଶା ପୁଲିସ୍ । ଏହା ପୂର୍ବରୁ ବଲାଙ୍ଗୀର ଏସ୍ ପି ଥିବା ନୀତିନ୍ କୁଶଳକରଙ୍କୁ ଗଣମାଧ୍ୟମ ଠାରୁ ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ରଙ୍କ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆକ୍ଷେପ ଓ ପୂର୍ବତନ ମନ୍ତ୍ରୀ ଭାଜପାର ବରିଷ୍ଠ ନେତା କେଭି ସିଂଦେଓଙ୍କ ଧାରଣା ଦେବା ସହ ଖୋଲାଖୋଲି ସମାଲୋଚନା ପରେ ଏଇ କେତୋଟି ଘଟଣାରେ ଏସପି ସଫଳତା ପୋଲିସକୁ ଆଶ୍ବସ୍ତି କରିଛି । ସେ ଯାହାହେଉ , ସଂପ୍ରତି ଏହି ଯୁବ ଆଇପିଏସ୍ ଜଣଙ୍କର ଅପରାଧ ଦମନରେ 'ଜିରୋ ଟଲରେନ୍ସ ନୀତି ' ସବୁ ମହଲରେ ଉଚ୍ଚ ପ୍ରଶଂସା କରୁଥିବା ବେଳେ ସମସ୍ତେ ତାଙ୍କଠାରୁ ଏଭଳି ସକ୍ରିୟତା ଶିକ୍ଷା କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି ।