Ads

ନୂଆପଡ଼ା(ଜଗନ୍ନାଥ ସାଗର): ଆଜି ହେଉଛି ରାମ ନବମୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥି। ରାମ ନାମରେ ମୁଖରିତ ହେଉଛି ସିନାପାଲି ସହର । ରାମ ନବମୀ ପାଇଁ ଆଜି ଦେଶ ସାରା ଉତ୍ସବର ମହୋଲ ଥିବାବେଳେ  ନୂଆପଡ଼ା ଜିଲ୍ଲା ସିନାପାଲି  ରେ ମଧ୍ୟ ହର୍ଷ ଉଲ୍ଲାସର ସହ  ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି । ସିନାପାଲି ଶ୍ରୀରାମ ପୂଜା କମିଟି ନେତୃତ୍ବରେ ଉଦନ୍ତୀ ୟୁଥ୍ କ୍ଳବ୍ ହନୁମାନ ୟୁଥ୍ କ୍ଳବ୍,ଆଦର୍ଶ କ୍ଳବ୍, ମା ଠାକୁରାଣୀ କ୍ଲବ୍,ମା କର୍ମାଦେବି ୟୁଥ୍ କ୍ଲବ୍,ମା ମହୁଲଗଛେନ ୟୁଥ୍ କ୍ଳବ୍ ମାରୱାଡ଼ି ୟୁବା ମଞ୍ଚ, ଉମଙ୍ଗ ୟୁଥ୍ କ୍ଳବ୍, ଗୁଡମର୍ଣିଙ୍ଗ ୟୁଥ୍ କ୍ଲବ୍ ସିନାପାଲି ପୁଲିସ ଏବଂ ସିନାପାଲି ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଥମେ ଶ୍ରୀରାମ ଛକରୁ ଶୋଭାଯାତ୍ରା ବାହାରି ଶ୍ରୀ ତ୍ରିନାଥ ଛକ୍, ଗୁଡ଼ିଆ ଛକ, ବସଷ୍ଟାଣ୍ଡ, ମା ମହୁଲଗଛେନ ମନ୍ଦିର ଦେଇ ଜଗନ୍ନାଥ ଛକ,ରାବଣ ଛକ ଏବଂ ଗାୟତ୍ରୀ ଛକ ପର୍ଯ୍ୟନ୍ତ ପରିକ୍ରମା କରି ଥିଲା।ବିଭିନ୍ନ ଛକରେ ମହିଳା ମାନେ ବନ୍ଦାପନା କରି ଶୋଭାଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
Previous Post Next Post

ADS