Ads

ନୂଆପଡ଼ା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ଅଞ୍ଚଳ ର ଲୋକକଳା, ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ତିନି ଦିନ ଧରି ଚାଲିଥିବା ୧୮ ତମ ଉଦନ୍ତୀ ମହୋତ୍ସବ - ୨୦୨୩ ଆତସବାଜି ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଢୋଲ, ନିଶାନ, ତାସା, ମହୁରୀ ର ତାଳେ ତାଳେ ଉଦଯାପିତ ହୋଇଯାଇଛି। ମହୋତ୍ସବ ରେ ଶତାଧିକ କଳାକାର ଯୋଗ ଦେଇ ଅବଲୁପ୍ତ ଲୋକନୃତ୍ୟ ସହ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ସ୍ଥାନୀୟ କଳାକାର ଙ୍କ ସହ ସେମାନଙ୍କ ନୃତ୍ୟ ଗୀତ ଦର୍ଶକ ମାନଙ୍କୁ ଅମୋଦିତ କରିଥିଲା। ଆସନ୍ତା ବର୍ଷ କୁ ଢୋଲ, ନିଶାନ, ତାଶା, ମହୁରୀ ଶବ୍ଦ ରେ ଏହି ମଞ୍ଚ ଦୁଳୁକି ଉଠିବ ଏହି ଆଶା ନେଇ କଳାକାର ମାନେ ଏଠାରୁ ବିଦାୟ ନେଇଥିଲେ। ଉଦଯାପିତ ଦିବସ ର ପୂର୍ବାହ୍ନ ରେ ଆଧ୍ୟାତ୍ମିକ ଆଲୋଚନାଚକ୍ର  ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଞ୍ଚଳ ର ଅନେକ ବର୍ଷୀୟାନ ପ୍ରବଚକ ତଥା ବୁଦ୍ଧିଜିବୀ ସାମିଲ ରହି ବିଭିନ୍ନ ଆଧ୍ୟାତ୍ମିକ ବିଷୟରେ ଆଲୋଚନା କରିଥିଲେ।୨୦୦୬ ରେ ନୂଆପଡ଼ା ଜିଲ୍ଲା ସିନାପାଲି ସ୍ପୋର୍ଟସ କ୍ଲବର ବାର୍ଷିକ ଉତ୍ସବ କୁ ପ୍ରଥମ ଉଦନ୍ତୀ ମହୋତ୍ସବ ଭାବେ ପାଳନ କରାଯାଇଥିଲା। ଚଳିତ ବର୍ଷ ୧୮ ତମ ବର୍ଷ ରେ ପଦାର୍ପଣ କରିଥିବା ଏହି ମହୋତ୍ସବ ତାହାର କଲେରବ ବୃଦ୍ଧି କରି ସମଗ୍ର ଜିଲାରେ ସାର୍ବଜନୀନ ହୋଇପାରିଛି। ଲୁପ୍ତ ପ୍ରାୟ ପ୍ରାଚୀନ କଳା ଓ ସଂସ୍କୃତିର ପ୍ରଚାର ର ଏହା ଏକ ବଳିଷ୍ଠ ମାଧ୍ୟମ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।  ଉଦଯାପିତ ସାଂସ୍କୃତିକ ସଂଧ୍ୟାକାଳୀନ ସଭାରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି ମଞ୍ଚାସିନ ଥିଲେ। ଏହି ଅବସର ରେ ବରିଷ୍ଟ ଶିକ୍ଷାବିତ ଲଳିତ ସୁନାରି ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ। ସିନାପାଲି ଗାୟତ୍ରୀ ପ୍ରଜ୍ଞା ପୀଠ ଦ୍ଵାରା ଦେବ ପୂଜନ ନୀତି କାର୍ଯ୍ୟ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ଦିବ୍ୟରଞ୍ଜନ ନାଏକ ବିବରଣୀ ପଠନ କରିଥିବା ବେଳେ ସୁରଜ ମେହେର ମାନପତ୍ର ପଠନ, ସମ୍ବର୍ଦ୍ଧନା ପରିଚାଳନା ହରେକୃଷ୍ଣ ମେହେର ଓ ଲୋଚନ ମେହେର ପୁରସ୍କାର ବିତରଣ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ନବୀନଚନ୍ଦ୍ର ମେହେର ଅତି ସୁନ୍ଦର ଢଙ୍ଗ ରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ଯ ସମାପ୍ତ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉଦଯାପିତ ଦିବସ ରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ଚୁଟୁକୁ ଚୁଟା ଓ ଜାଇଫୁଲ ନୃତ୍ୟ ଦର୍ଶକ ଙ୍କୁ ବିମୋହିତ କରିଥିଲା । ସେହିପରି ସମ୍ବଲପୁରୀ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ, ରାଉରକେଲା ର ସମ୍ବଲପୁରୀଆ ପି କେ, କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ସାଥୀ ଙ୍କ ଦ୍ଵାରା ପରିବେଷଣ ମା ଇଷ୍ଟଦେବୀ ମେଲୋଡି ଦର୍ଶକ ମାନଙ୍କୁ ବେଶ୍ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।
Previous Post Next Post

ADS