ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍ । ପର୍ଣ୍ଣଷ୍ଟାର୍ ଷ୍ଟାର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା । ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଆସନ୍ତା ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଟ୍ରମ୍ପ କୋର୍ଟରୁ ବାହାରି ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସମର୍ଥକ ଏବଂ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି , ସେ କୌଣସି ‘ ବେଆଇନ କାର୍ଯ୍ୟ ’ କରିନାହିଁ ବୋଲି କହିବା ସହ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଟାର୍ଗେଟ କରି କହିଥିଲେ କି ବାଇଡେନଙ୍କ ନେତୃତ୍ବରେ ନର୍କକୁ ଯାଉଛି ଆମେରିକା ବୋଲି କଡାଭାଷାରେ ସମାଲୋଚନା କରିଥିଲେ ।