ଫୁଲବାଣୀ(ବୈଦ୍ୟନାଥ ନାଏକ): ରାଜ୍ୟ ସରକାରଙ୍କର ପରିବହନ ବିଭାଗ ପକ୍ଷରୁ ନାବାଳକ ନାବାଳିକା ଦୁଇ ଚକିଆ ଗାଡି ଚଳାଇ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ହେତୁ ସରକାର ପିଲା ମାନଙ୍କୁ ଓ ଅଭିଭାବକ ମାନଙ୍କୁ ସଚେତନ କରାଇବା ପାଇଁ ଛୋଟ ପୁଅ ଝିଅ ମାନେ ଦୁଇ ଚକିଆ ବାଇକ ସ୍କୁଟି ଗାଡି ଚଳାଇଲେ ବାପା ମାଆ ମାନେ ୨୫ ହଜାର ଟଙ୍କା ଜୋରିମାନା ଦେବେ ବୋଲି ଆଇନ ପ୍ରଣୟନ କରିଛନ୍ତି। ହେଲେ କେତେ ପିଲାମାନେ ସରକାରୀ ନିୟମ କୁ ପ୍ରତ୍ୟାଖ୍ୟାନ କରି ଅମାନିଆ ହୋଇ ଗାଡି ଚଳାଉଥିବା ଏବେ ମଧ୍ୟ ଦେଖିବା କୁ ମିଳୁଛି। ବାପା ମାଆ ମାନେ ପୁଅ ଝିଅ ମାନଙ୍କୁ ତାଗିଦ ନକରି ସ୍କୁଟି ଚଳାଇବାକୁ ଦେଉଛନ୍ତି। ଫୁଲବାଣୀ ରେଏଭଳି ଘଟଣା ଘଟି ଥିବା ଦେଖିବା କୁ ମିଳିଛି। ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା କୋଟଗଡ ବିଡ଼ିଓ ଅର୍ଜୁନ ପ୍ରଧାନଙ୍କର ପୁଅ ମୋ ବାପା ବିଡ଼ିଓ ମୋର କିଛି ଅସୁବିଧା ହେବ ନାହିଁ ଭାବି ନିଜ ସାଙ୍ଗକୁ ବାଇକରେ ବସାଇ ଦ୍ରୁତ ଗତିରେ ଯାଉଥିବା ବେଳେ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଏବଂ ସଦର ଥାନା ପକ୍ଷରୁ ରୁ ବିଶିପଡା ଠାରେ ଗାଡି ମୋଟର ଯାଞ୍ଚ ହେଉଥିବା ସମୟରେ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଓ ପୋଲିସ ହାତରେ ଗାଡି ବିଡ଼ିଓଙ୍କ ପୁଅ ପଡିଥିଲା। ବିଡ଼ିଓଙ୍କ ପୁଅ ଜଣେ ନାବାଳକ ଚାଳକ ହୋଇଥିବା ରୁ ସରକାର ନିୟମ ଅନୁଯାୟୀ ୨୫ ଟଙ୍କା ରସିଦ କାଟିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋଟଗଡ ବିଡ଼ିଓ ଆସି ୨୫ ହଜାର ଟଙ୍କା ତଣ୍ଡ ଗଣିଥିବା ଜଣାପଡିଛି।
Tags
Odisha Latest News