ଫୁଲବାଣୀ(ବୈଦ୍ୟନାଥ ନାଏକ): ସଦର ଅବକାରୀ ଥାନା ପୋଲିସ ଏକ ଓଆର ୦୫ପି ୩୯୦୭ ମ।ରୁତି କାରରେ ଫୁଲବାଣୀ ରୁ କଟକ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖଜୁରିପଡା ଥାନା ଅନ୍ତର୍ଗତ ବାରପୁଲିଆ ଛକ ନିକଟରେ ଚଢ଼ାଉ କରି ଅବକାରୀ କର୍ମଚାରୀ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଏନ ଡି ପି ଆର ଆକ୍ଟ ପି ଆର ନମ୍ବର ୦୩/୨୦୨୩ - ୨୪ ଏକ ମାମଲା ରୁଜୁ କରି କଟକ ଜିଲ୍ଲାର ଆଠଗଡ ଅଞ୍ଚଳର ବଳରାମ ବେହେରା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଦୁଇ ଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉ ରେ କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ସବ ଇନିସ୍ପେକ୍ଟର ସାଗର ଭୋଇ ,ଏ ସ ଆଇ ସୁକାନ୍ତ କୁମାର କଁହର, କନେଷ୍ଟବଳ ଅନୀଲ କୁମାର ବେହେରା, ସଞ୍ଜୀବ ପ୍ରଧାନ, ମିଳନ କୁମାର ସାହୁ ପ୍ରମୂଖ ଚଢ଼ାଉ ରେ ଭାଗ ନେଇଥିବା ଅବକାରୀ ଏସ ଆଇ ସାଗର ଭୋଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।